ମନରେଗା କାମ କରୁଥିବା ଶ୍ରମିକଙ୍କ ମୃତୁ୍ୟ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜିଏନଆରଇଜିଏ/ମନରେଗା)ରେ କେନାଲ କାମ ଚାଲିଥିବାବେଳେ ଶୁକ୍ରବାର ଏଠାରେ ଜଣେ ଶ୍ରମିକଙ୍କ ଆକସ୍ମିକ ମୃତୁ୍ୟ ହୋଇଛି । ଏହି ଶ୍ରମିକ ହେଲେ କାଲିମେଳା ବ୍ଲକ ଏମଭି-୭୯ ଥାନା ଏମପିଭି-୬୫ ଗାଁର ନିରଞ୍ଜନ ମଣ୍ଡଳଙ୍କ ପୁଅ ନିତାଇ(୨୫) । ଘଟଣାକୁ ନେଇ ନିତାଇଙ୍କ ମାମୁ ଏମଭି-୭୯ ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, ଘଟଣାଦିନ ତିଗାଲ ପଞ୍ଚାୟତ ଏମପିଭି-୬୫ ଗାଁ ନିକଟ ଏକ ଜମିରେ ମନରେଗା ଯୋଜନାରେ କେନାଲ ଖୋଳା କାମ ଚାଲିଥିଲା । ନିତାଇଙ୍କ ସହ ୫ ରୁ ୬ ଜଣ ଶ୍ରମିକ ଏଥିରେ ନିୟୋଜିତ ହୋଇଥିଲେ । ମାଟି ଖୋଳା ଚାଲିଥିବାବେଳେ ନିତାଇଙ୍କୁ ଶୋଷ ଲାଗିଥିଲା । ପାଖରେ ଥିବା ଅନ୍ୟ ଜଣେ ଶ୍ରମିକଙ୍କୁ ନିତାଇ ପାଣି ମାଗି ପିଇଥିଲେ । ଏହାର କିଛି ସମୟ ପରେ ନିତାଇ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ସେହିଠାରେ ହିଁ ସେ ଟଳି ପଡିଥିଲେ । ଅନ୍ୟ ଶ୍ରମିକମାନେ ତୁରନ୍ତ ତାଙ୍କୁ କାଲିମେଳା ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ । ଏମଭି-୭୯ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଶବ ଉଦ୍ଧାର କରିଥିଲେ । ଏ ନେଇ ଏକ ଅପମୃତୁ୍ୟ ମାମଲା(୧୯/୨୦୨୦) ରୁଜୁ ହୋଇଛି । ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ନିତାଇଙ୍କ ପରିବାରରେ ବାପା ନିରଞ୍ଜନ, ମା ପାର୍ବତୀ, ସ୍ତ୍ରୀ ଶ୍ରୀଲଙ୍କା ଓ ଏକ ବର୍ଷର ଗୋଟିଏ ପୁଅ ରହିଛନ୍ତି । ନିତାଇଙ୍କ ମୃତୁ୍ୟରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଖବର ପ୍ରଚାର ପରେ ଗାଁର ମଧ୍ୟ ଶୋକର ଛାୟା ଖେଳିଯାଇଛି । ଖବର ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ପିଇଓ ପଦ୍ମନାଭ ଭାଲା ଓ ବିଭାଗୀୟ କନିÂ ଯନ୍ତ୍ରୀ ଦିବ୍ୟାସିଂ ବ୍ରହ୍ମାଙ୍କ ମୋବାଇଲକୁ ବାରମ୍ବାର ଯୋଗାଯୋଗ କରାଯାଇ ଥିଲେ ହେଁ ତାଙ୍କର ପ୍ରତିକ୍ରିୟା ମିଳିପାରିନି । ନିତାଇ ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚ ଜି ମାଡକାମୀ କହିଛନ୍ତି, କେନାଲ ଖୋଳା କାମରେ ୫ ରୁ ୬ ଜଣ ଶ୍ରମିକ ନିୟୋଜିତ ଥିଲେ । ଦୁର୍ଭାଗ୍ୟବଶତଃ ଏହି ଦୁଃଖଦ ଘଟଣା ଘଟିଛି । ଅନଲାଇନ୍ ପଞ୍ଜୀକୃତ ହେଇ ନଥିବା ଶ୍ରମିକଙ୍କୁ କିଏ କାର୍ଯ୍ୟରେ ନିୟୋଜିତ କରିଥିଲେ ଓ କିଏ ଏହାର ତଦାରଖ କରୁଥିଲେ ତାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons