ମନରେଗା କାର୍ଯ୍ୟରେ ମେସିନ୍ ବ୍ୟବହାର

Get real time updates directly on you device, subscribe now.

ଉମରକୋଟ,(ବି.ବି.ନୁ୍ୟଜ୍): ସୂଚନା ଫଳକ ନାହିଁ । ଜବ୍କାର୍ଡଧାରୀଙ୍କୁ ମିଳୁନି କାମ । ଅଥଚ ମେସିନ୍ରେ କରାଯାଉଛି ମନରେଗା କାର୍ଯ୍ୟ । ଏ ଦୃଶ୍ୟ ଦେଖିବାକୁ ମିଳିଛି ଉମରକୋଟ ବ୍ଲକ୍ ନେଉରା ସଦର ପଞ୍ଚାୟତରୁ ୨୦୦ ମିଟର ଦୂର ଖେଳ ପଡିଆରେ । କାମ ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଶ୍ରମିକ । ପ୍ରଶାସନର ଏଭଳି କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଉମରକୋଟ ବ୍ଲକ୍ ନେଉରା ପଞ୍ଚାୟତବାସୀ ।
ଲୋକଙ୍କ ଅଭିଯୋଗ ଅନୁଯାୟୀ, ନେଉରା ସଦର ପଞ୍ଚାୟତର ଏକ ଖେଳ ପଡିଆ ନିର୍ମାଣ ଲାଗି ମନରେଗାରେ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ଖେଳପଡିଆକୁ ଠିକାଦାର ଜଣଙ୍କ ଶ୍ରମିକଙ୍କ ବଦଳରେ ମେସିନ୍ ଲଗାଇ କାମ କରୁଛନ୍ତି । ନିର୍ମାଣସ୍ଥଳରେ କୌଣସି ସୂଚନା ଫଳକ ଲଗାଯାଇନାହିଁ । ମେସିନ ସହାୟତାରେ ତରବରିଆ ଭାବେ କାମ କରାଯାଉଛି । ଅନ୍ୟପକ୍ଷରେ ଜବ୍କାର୍ଡଧାରୀଙ୍କୁ ସ୍ଥାନୀୟ ଅଞ୍ଚଳରେ କାମଧନ୍ଦା ମିଳୁନାହିଁ । କାମ ଅଭାବରୁ ସେମାନେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନାନା ନିର୍ଯାତନାର ଶିକାର ହେଉଛନ୍ତି । ଏଣେ କେବଳ ବିଲ୍ ସମୟରେ ଭୂତ ଜବକାର୍ଡ ବ୍ୟବହାର କରାଯାଇ ମନରେଗାରୁ ଲକ୍ଷାଧିକ ଟଙ୍କା ଉଠାଯାଉଛି । ଆଉ ଏହାକୁ ଖୋଲାଖୋଲି ସମର୍ଥନ କରୁଛନ୍ତି ଅଧିକାରୀମାନେ । ପ୍ରଶାସନର ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପଞ୍ଚାୟତବାସୀ । ଏ ସମ୍ପର୍କରେ ନେଉରା ସରପଞ୍ଚ ମଦନ ଭତ୍ରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବ୍ଲକ୍ର ଅନ୍ୟ ପଞ୍ଚାୟତଗୁଡିକରେ ମଧ୍ୟ ମେସିନ୍ ସହାୟତାରେ କାମ କରାଯାଉଛି । ସେଥିପାଇଁ ଏହି ପଞ୍ଚାୟତରେ ମଧ୍ୟ କରାଯାଇଥିବା ସେ ସ୍ୱୀକାର କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରିବା ଲାଗି ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons