ମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ କେନ୍ଦୁପତ୍ର ତୋଳାଳି

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ଚଳିତ ବର୍ଷ ପାଇଁ ପ୍ରାପ୍ୟ ପାଇନାହାନ୍ତି କେନ୍ଦୁପତ୍ର ସଂଗ୍ରହକାରୀ । ପ୍ରାୟ ୭୦ ଜଣ ଏହି କର୍ମଚାରୀ ଏଥିଯୋଗୁ ହଇରାଣ ହେଉଛନ୍ତି । ବନ ବିଭାଗ ଏ ନେଇ ଚୁପ୍ ବସିଥିବା ବେଳେ ଶନିବାର ଏହି କର୍ମଚାରୀମାନେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦଶହରା ଆସୁଥିବାରୁ ତୁରନ୍ତ ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି । ଅଭିଯୋଗ ପରେ ମନ୍ତ୍ରୀ ଶ୍ରୀ ସାରକା ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଚଳିତ ବର୍ଷ ଫେବୃୟାରୀ, ମାର୍ଚ୍ଚ ଓ ଏପ୍ରିଲ ମାସରେ ଏମାନେ କାମ କରିଥିଲେ ହେଁ ପ୍ରାପ୍ୟ ମିଳି ନଥିବା ଅଭିଯୋଗରେ କୁହାଯାଇଛି ।
ସୂଚନା ଅନୁସାରେ, ଜୟପୁର କେନ୍ଦୁପତ୍ର ଖଣ୍ଡୀୟ ବନାଧିକାରୀଙ୍କ ଅଧୀନ ରାୟଗଡ଼ା ଜିଲ୍ଲା ବିଷମକଟକ ବନାଞ୍ଚଳରେ ଏହି ୭୦ ଜଣ କର୍ମଚାରୀ ଋତୁକାଳୀନ କାର୍ଯ୍ୟ କରୁଛନ୍ତି । ବନାଞ୍ଚଳର ବିଷମକଟକ, ଅମ୍ବାଦଳା, ଥେରୁବାଲି, ଶିକରପାଇ ଓ ମାଝିଗୁଡ଼ା ଜଙ୍ଗଲରୁ ଏମାନେ ଉକ୍ତ ୩ ମାସି କେନ୍ଦ୍ରପତ୍ର ସଂଗ୍ରହ କରି ବିଭାଗକୁ ହସ୍ତାନ୍ତର କରିଥାନ୍ତି । ଦୀର୍ଘ ୩୦ ବର୍ଷ ହେବ ଏମାନେ ଏହି କାମ କରିଆସୁଥିବା ବେଳେ ପ୍ରତି ବର୍ଷ ୩ ମାସର ଦରମା ଏମାନଙ୍କୁ ପ୍ରଦାନ କରାଯାଇଥାଏ । ତେବେ ଚଳିତ ବର୍ଷ ପାଇଁ ଏମାନଙ୍କୁ ପ୍ରାପ୍ୟ ମିଳିନି । କେବଳ ୧୮ ଦିନର ଦରମା ଦେଇ ବିଭାଗ ଚୁପ୍ ବସିଥିବା ଅଭିଯୋଗରେ କୁହାଯାଇଛି । ବିଭାଗକୁ ଏ ସମ୍ପର୍କରେ ଜଣାଇବାରୁ ଅନୁଦାନ ଆସି ନଥିବା ବନ ବିଭାଗ ଅଧିକାରୀମାନେ କହୁଥିବା କର୍ମଚାରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons