
କୋଟପାଡ,(ବି.ବି.ନୁ୍ୟଜ): କୋଟପାଡ ଭୈରବ ପଡିଆଠାରେ ଥିବା ଅଖିଳ ଭାରତୀୟ ଭତରା ବିକାଶ ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସହ ମନ୍ତ୍ରୀଙ୍କ ନାମ ଫଳକକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛି । ବିକାଶ ପରିଷଦ କର୍ମକର୍ତ୍ତାଙ୍କ ନଜରକୁ ଏହା ଆସିବା ପରେ ମଙ୍ଗଳବାର ଥାନାରେ ଏତଲା ଦିଆଯାଇଛି । ଏତଲା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
ପରିଷଦ ଜିଲ୍ଲା ସମ୍ପାଦକ ରୁପୁ ଭତ୍ରା କହିଛନ୍ତି, ଗତବର୍ଷ ପରିଷଦ କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ କରାଯାଇଥିଲା । ନୂତନ କୋଠାରେ ହସ୍ତତନ୍ତ ମନ୍ତ୍ରୀ ଓ ସାଂସଦଙ୍କ ନାମ ସହିତ ସମାଜର କର୍ମକର୍ତ୍ତାଙ୍କ ଏକ ନାମଫଳକ ଲଗାଯାଇଥିଲା । ଏଠାରେ କେବଳ ସଭା ସମିତି ହେଉଥିବାରୁ କେହି ରହୁ ନଥିଲେ । ମଙ୍ଗଳବାର ସକାଳେ ଦେଖିଲା ବେଳକୁ ଗୃହର ମୁଖ୍ୟ ଫାଟକ ସହ ନାମଫଳକକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛି । ଏନେଇ ଥାନାରେ ଏତଲା ଦିଆଯାଇଥିବା ଶ୍ରୀ ଭତ୍ରା କହିଛନ୍ତି । ଏଭଳି ଘଟଣାକୁ ସମାଜର ବ୍ଲକ ସଭାପତି ନୀଳକଣ୍ଠ ଚଲାଣ, ଏନଏସି ସଭାପତି ଭୀମ ମାଝୀ, ମଙ୍ଗରାଜ ରନ୍ଧାରୀ, ରାଜମୋହନ ଭଣ୍ଡାରୀ, ସନାରୁ ପୂଜାରୀ ପ୍ରମୁଖଙ୍କ ସହ ଅନ୍ୟମାନେ ନିିନ୍ଦା କରିଛନ୍ତି । ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ କରାଯାଇ ଦୋଷୀଙ୍କୁ ଗିରଫ କରିବା ପାଇଁ ପରିଷଦ ପକ୍ଷରୁ ଦାବି କରାଯାଇଛି ।


Comments are closed, but trackbacks and pingbacks are open.