ମନ୍ଦିରା ଡ୍ୟାମ୍ ଖୋଲିଲା ୫ ଗେଟ୍:ବଢ଼ୁଛି କୋଏଲ, ଶଙ୍ଖ, ବ୍ରାହ୍ମଣୀର ଜଳସ୍ତର

Get real time updates directly on you device, subscribe now.

ରାଉରକେଲା,(ବି.ବି.ନ୍ୟୁଜ୍): ଲଘୁଚାପ ପ୍ରଭାବରେ ଉପର ଓ ତଳ ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ କୋଏଲ, ଶଙ୍ଖ ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଶଙ୍ଖ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ମନ୍ଦିରା ଡ୍ୟାମ୍ର ମୋଟ ୧୧ଟି ଗେଟ ୍ ମଧ୍ୟରୁ ୫ଟି ଗେଟ୍କୁ ଖୋଲି ଦିଆଯାଇଛି । ଗତ ଦୁଇ ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ଲାଗି ରହିଛି । ଉପର ମୁଣ୍ଡରେ ବର୍ଷା ହେବା ଯୋଗୁଁ କୋଏଲ ଓ ଶଙ୍ଖ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଗତକାଲି ସକାଳ ଠାରୁ ଆଜି ସକାଳ ପର୍ଯ୍ୟନ୍ତ ଜିଲ୍ଲାର ହେମଗିର ବ୍ଲକରେ ୨୮ ମିଲିମିଟର ବର୍ଷା ହୋଇଥିବା ବେଳେ ଲେଫ୍ରିପଡ଼ାରେ ୫, ଟାଙ୍ଗରପାଲିରେ ୫.୪, ସୁନ୍ଦରଗଡ଼ର ୩.୪, ସବଡେଗାରେ ୧୩, ବାଲିଶଙ୍କରାରେ ୪୦.୪, ବଡ଼ଗାଁରେ ୪୩.୬, କୁତ୍ରାରେ ୩୧.୪, ରାଜଗାଙ୍ଗପୁରରେ ୧୪.୬, କୁଆରମୁଣ୍ଡାରେ ୪୦.୪, ନୂଆଗାଁ ୧୮.୨, ବିଶ୍ରାରେ ୨୧.୮, ଲାଠିକଟାରେ ୬, ବଣାଇଁରେ ୧.୨, ଲହୁଣିପଡ଼ାରେ ୨, ଗୁରୁଣ୍ଡିଆରେ ୪.୨ ଓ କୋଇଡାରେ ୧୮ ମିଲିମିଟର ବର୍ଷା ହୋଇଛି । ତେବେ ପାନପୋଷ ଉପଖଣ୍ଡରେ ୭୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାରୁ କୋଏଲ ଓ ଶଙ୍ଖ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଆଜି ମଧ୍ୟ ବର୍ଷା ଲାଗି ରହିଛି । ଶଙ୍ଖ ନଦୀ ଉପରେ ନିର୍ମିତ ମନ୍ଦିରା ଡ୍ୟାମ୍ର ଜଳ ଧାରଣ କ୍ଷମତା ୬୯୦ ଫୁଟ ଥିବା ବେଳେ ବର୍ତ୍ତମାନ ଡ୍ୟାମ୍ର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ୫ଟି ଗେଟ୍ ଖୋଲି ଦେଇଛନ୍ତି । ଆଜି ରାତି ସୁଦ୍ଧା ଆଉ ୬ଟି ଗେଟ୍ ଖୋଲାଯିବ ବୋଲି ଜଣାପଡ଼ିଛି । ଡ୍ୟାମ୍ରୁ ଛଡ଼ା ଯାଇଥିବା ପାଣି ଯୋଗୁଁ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି ଓ ନଦୀ ତଳମୁଣ୍ଡରେ ରହୁଥିବା ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖରେ ଲଗାଣ ବର୍ଷା ଯୋଗୁଁ ମନ୍ଦିରା ଡ୍ୟାମ୍ର ୧୧ଟି ଗେଟ ଖୋଲି ଦିଆଯାଇଥିଲା । ଏହା ଯୋଗୁଁ ବ୍ରାହ୍ମଣୀର ଜଳସ୍ତର ବୃଦ୍ଧି ପାଇବା ସହ ବାଲୁଘାଟ ଅଞ୍ଚଳ ଜଳମଗ୍ନ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons