ମନ୍ଦିର ପାଇଁ ଶିଳାନ୍ୟାସ କରିବା ପରେ ଦେଶବାଦୀଙ୍କୁ ଉଦ୍ବୋଧନ ଦେଲେ ମୋଦି

Get real time updates directly on you device, subscribe now.

ଅଯୋଦ୍ଧା: ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ପାଇଁ ରୂପା ଇଟାରେ ଶିଳାନ୍ୟାସ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ସାଧୁସନ୍ଥଙ୍କୁ ଉଦ୍ବୋଧନ ଦେଇଛନ୍ତି । ଏହି ଐତିହାସିକ ଦିନରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଜୟ ଶ୍ରୀରାମ ନାରା ଦେଇଥିଲେ । କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ପୂର୍ବରୁ ମୋଦି ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚନ କରିଥିଲେ । ଏହାପରେ ସେ କହିଥିଲେ ଯେ କୋଟି କୋଟି ଲୋକଙ୍କ ସ୍ୱପ୍ନ ଆଜି ପୂରଣ ହୋଇଛି । ଅନେକ ଲୋକ ନିଜକୁ ମଧ୍ୟ ଆଜି ବିଶ୍ୱାସ କରିପାରୁ ନଥିବେ । କାରଣ ସେମାନେ ତାଙ୍କ ଜୀବନଦଶାରେ ରାମମନ୍ଦିର ନିର୍ମାଣ ସତରେ ହେବାକୁ ଯାଉଛି ବୋଲି କେବେ ହେଲେ ପରିକଳ୍ପନା କରିପାରିନଥିଲେ । ଆଜି ଦୀର୍ଘ ଦଶନ୍ଧି ଧରି ରହିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡିଛି । ଆଜି ଏଠାରେ ଶୁଭୁଥିବା ଜୟ ଶ୍ରୀରାମ ନାରା ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି । କେବଳ ଦେଶବାସୀ ନୁହନ୍ତି, ସମଗ୍ର ବିଶ୍ୱରେ ଥିବା ଭାରତୀୟ ଓ ରାମ ଭକ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଯେଉଁମାନଙ୍କ ପାଇଁ ଆଜି ଏହା ସମ୍ଭବ ହୋଇଛି ସେମାନଙ୍କୁ ମୁଁ ଦେଶର ୧୨୦ କୋଟି ଲୋକଙ୍କ ପକ୍ଷରୁ ଶତଶତ ପ୍ରଣାମ କରୁଛି । ଆଜି ଜୟଶ୍ରୀରାମ ନାରା କେବଳ ଭଗବନା ରାମଙ୍କ ସହରରେ ଶୁଣିବାକୁ ମିଳୁନାହିଁ ବରଂ ସମଗ୍ର ବିଶ୍ୱରେ ଏହି ନାରା ପ୍ରକମ୍ପିତ ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons