
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବ୍ୟଙ୍ଗ କରି ସୋସିଆଲ୍ ମିଡିଆରେ ସେୟାର କରାଯାଇଥିବା ମାମଲାରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କରିଛି । ଫଟୋ ସେୟାର କରିଥିବା ବିଜେପି ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ତୁରନ୍ତ ଜେଲ୍ରୁ ଖଲାସ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସତ୍ୱେ ତାଙ୍କୁ କାହିଁକି ୨ ଦିନ ବିଳମ୍ବରେ ଜେଲ୍ରୁ ଖଲାସ କରାଗଲା ବୋଲି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି । ୪ ସପ୍ତାହ ମଧ୍ୟରେ ଏହାର ଉତ୍ତର ରଖିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରିୟଙ୍କା ଶର୍ମାଙ୍କ ଭାଇ ରାଜୀବ ଶର୍ମା ସୁପ୍ରିମକୋର୍ଟରେ ଏନେଇ ପିଟିସନ ଦାୟର କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ପ୍ରିୟଙ୍କା ମମତା ବାନାର୍ଜୀଙ୍କର ଏକ ଫଟୋକୁ ବ୍ୟଙ୍ଗ କରି ସୋସିଆଲ୍ ମିଡିଆରେ ସେୟାର କରିଥିଲେ । ଏଥିପାଇଁ ତାଙ୍କ ନାମରେ ମାନହାନୀ ମକୋଦମା ରୁଜୁ କରି ତାଙ୍କୁ ଗିରଫ କରିଦିଆଯାଇଥିଲା । ପରେ ସୁପ୍ରିମକୋର୍ଟ ପ୍ରିୟଙ୍କାକୁ ଜାମିନ ଦେବା ସହ ଏକ ଲିଖିତ କ୍ଷମାପତ୍ର ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
Comments are closed, but trackbacks and pingbacks are open.