ମରକଜ୍ ନେଇ ମୌଲାନା ସାଦ୍‌ଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ୍, ପଚରାଯାଇଛି ୨୬ ପ୍ରଶ୍ନ

Get real time updates directly on you device, subscribe now.

ନୂଆଦିଲ୍ଲୀ : ଦିଲ୍ଲୀ ନିଜାମୁଦ୍ଦିନର ତବଲିଗୀ ଜମାତର ମୌଲାନା ସାଦ୍‌ଙ୍କୁ ଶୁକ୍ରବାର ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ନୋଟିସ୍ ଜାରି କରିଛି। ସାଦ୍ ଗୁରୁବାର ଏକ ଅଡିଓ ଟେପ୍ ଜାରି କରି ସେ ଆଇସୋଲେସନରେ ଥିବାର ସୂଚିତ କରିଥିଲେ। ହେଲେ ସେ କେଉଁଠାରେ ଆଇସୋଲେସନରେ ଅଛନ୍ତି ତାହା କିନ୍ତୁ ଏପର୍ୟ୍ୟନ୍ତ ଜଣାପଡି ନାହିଁ। ଏଣୁ ପୋଲିସ ତାଙ୍କୁ ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।
ଏଥିରେ ପୋଲିସ ଅପରାଧ ଶାଖା ଜାରି କରିଥିବା ନୋଟିସ୍‌ରେ ମୌଲାନା ସାଦ୍‌ଙ୍କୁ ମରକଜ ସମ୍ପର୍କିତ୨୬ଟି ପ୍ରଶ୍ନ କରାଯାଇଛି। ଯେଉଁଥିରେ ସଙ୍ଗଠନର ସମ୍ପୂର୍ଣ୍ଣ ଠିକଣା, ପଞ୍ଜିକରଣ ସମ୍ପର୍କିତ ତଥ୍ୟ, କାର୍ୟ୍ୟ କରୁଥିବା କର୍ମଚାରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ଓ ସେମାନଙ୍କ ନାମ, ଗ୍ରାମ ଓ ଠିକଣା ଆଦି ଦେବାକୁ କୁହାଯାଇଛି। ସେହିପରି ମରକଜ ପରିଚାଳନା ସହ ଜଡିତ ଲୋକଙ୍କ ବିସ୍ତୃତ ସୂଚନା ଦେବାକୁ ମଧ୍ୟ କୁହାଯାଉଛି।
ଏହାଛଡା ଗତ ୩ ବର୍ଷର ମରକଜ ଆୟବ୍ୟୟ, ଆୟକର ଓ ପାନକାର୍ଡ, ବ୍ୟାଙ୍କ ଡିଟେଲସ ଦେବାକୁ ବି କୁହାଯାଇଛି। ୧ ଜାନୁୟାରୀ ୨୦୧୯ ପରଠାରୁ ଏପର୍ୟ୍ୟନ୍ତ ମରକଜରେ ହୋଇଥିବା ଧାର୍ମିକ କାର୍ୟ୍ୟକ୍ରମର ବିବରଣୀ ଆଦି ମଧ୍ୟ ଦେବାକୁ କୁହାଯାଇଛି। ସେହିପରି ଏଠାରେ ଅନୁଷ୍ଠିତ ହେଉଥିବା ଧାର୍ମିକ କାର୍ୟ୍ୟକ୍ରମ ଲାଗି ସଙ୍ଗଠନ ପକ୍ଷରୁ ପ୍ରଶାସନ ଓ ପୋଲିସର ଅନୁମତି ନିଆଯାଏ କି ଯଦି ନିଆଯାଏ ସେ ସମ୍ପର୍କିତ ଆବଶ୍ୟକ କାଗଜପତ୍ର ପ୍ରଦାନ କରିବାକୁ କୁହାଯାଇଥିବା ବେଳେ କାର୍ୟ୍ୟକ୍ରମ ସ୍ଥଳରେ ସିସିଟିଭି କ୍ୟାମେରା ଲଗାଇଯାଇଛି କି ଯଦି ଲଗାଇଛନ୍ତି କେଉଁଠାରେ ଲଗାଇଛନ୍ତି ତାହା ଜଣାଇବାକୁ କୁହାଯାଇଛି।
ସେହିପରି ମାର୍ଚ୍ଚ ୧୨ ପରେ ଏଠାକୁ କେତେ ଲୋକ ଆସିଥିଲେ ଓ ଯେଉଁମାନେ ଅସୁସ୍ଥ ଥିଲେ ସେମାନଙ୍କୁ କେଉଁ ସବୁ ହସ୍ପିଟାଲକୁ ନିଆଯାଇଥିଲା ତାର ସମ୍ପୂର୍ଣ୍ଣ ସୂଚନା ମଧ୍ୟ ମଗାଯାଇଛି। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଥିବା ବେଳେ ସାଦ୍ ସମେତ ମୋଟ ୭ ଜଣଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ତେବେ ସମସ୍ତେ ଏବେବି ଫେରାର ଅଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons