ମରିଗଲା ମାନବିକତା: କୋକେଇ କାନେ୍ଧଇଲେ ବିଡିଓ

Get real time updates directly on you device, subscribe now.

ଛେଣ୍ଡିପଦା,(ବି.ବି.ନୁ୍ୟଜ): ଜ୍ୱର ହେବାରୁ ଗତ ଚାରିଦିନ ଧରି ଘରେ ରହି ଚିକିତ୍ସିତ ହେଉଥିଲେ । ଯଦିଓ ତାଙ୍କର ନମୁନା ପରୀକ୍ଷଣ ହୋଇନଥିଲା, ତେବେ କରୋନା ସଂକ୍ରମିତ ବୋଲି ପରିବାର, ସାହିପଡ଼ିଶା ସନେ୍ଦହ ପ୍ରକଟ କରିଥିଲେ । ଘରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତୁ୍ୟ ହେଲା । ହେଲେ ପରିବାର ସଦସ୍ୟ କେହି ପାଖ ମାଡ଼ିଲେ ନାହିଁ । ଦୀର୍ଘ ୧୫ ଘଣ୍ଟା ଧରି ମୃତଦେହ ପଡ଼ିରହିଲା । କାନ୍ଧ ନମିଳିବାରୁ ବାପାର ଶବ ସକ୍ରାର କରିବା ନେଇ ଏକମାତ୍ର ପୁଅ ଅସହାୟ ହୋଇପଡ଼ିଥିବା ବେଳେ ବଡିଓଙ୍କ ସମେତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଶବ କାନେ୍ଧଇ ଶବ ସକ୍ରାର କରାଇବା ଘଟଣା ଛେଣ୍ଡିପଦା ବ୍ଲକ୍ ସାରା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । କରୋନାର ଦ୍ୱିତୀୟ ଲହର୍ କେବଳ ଜୀବନ ନେଉନି କି ଅନେକଙ୍କ ଜୀବିକା ଉଜାଡ଼ିନି ବରଂ ମାନବିକତାକୁ ବି ଯେ ମାରିଦେଇଛି ତା’ର ଏକ ଉଦ୍ବେଗଜନକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଛେଣ୍ଡିପଦା ବ୍ଲକ୍ ମହକୁମାଠାରୁ ମାତ୍ର ୫ କିଲୋମିଟର ଦୂର ବାହାଳସାହିର ଗୋହିରାପଶି ଗ୍ରାମରେ ।
ମିଳିଥିବା ସୂଚନା ଅନୁଯାୟୀ, ଛେଣ୍ଡିପଦା ବ୍ଲକ୍ ବାହାଳସାହି ପଞ୍ଚାୟତ ମାଝୀ ଗୋହିରାପଶି ସାହିର ଗୋବିନ୍ଦ ମାଝୀ(୭୨) ଗତ ୪ ଦିନ ତଳେ ଜ୍ୱରରେ ପୀଡ଼ିତ ଥିଲେ । ଘର ଲୋକଙ୍କ କହିବା ମୁତାବକ ପୂର୍ବରୁ ତାଙ୍କର ଶ୍ୱାସରୋଗ ଥିଲା । ହେଲେ ସେ ଡାକ୍ତରଖାନା ନଯାଇ ଘରେ ରହି ଔଷଧପତ୍ର ଖାଉଥିଲେ । ଶୁକ୍ରବାର ସନ୍ଧ୍ୟା ସାଢେ଼ ୭ଟା ବେଳେ ଗୋବିନ୍ଦ ଆଖିବୁଜିଥିଲେ । ତେବେ କରୋନା ସନେ୍ଦହ କରି ଆତ୍ମୀୟସ୍ୱଜନ କିମ୍ବା ଘରଲୋକ ଶବ ପାଖ ମାଡ଼ିନଥିଲେ । ସାହିପଡେ଼ାଶୀ, ସମ୍ପର୍କୀୟ କେହି ଶବ ଛୁଇଁବାକୁ ଅମଙ୍ଗ ହେବାରୁ ଆଜି ସକାଳ ପର୍ଯ୍ୟନ୍ତ ଶବ ସେମିତି ପଡ଼ି ରହିଥିଲା ।
ଛେଣ୍ଡିପଦା ବିଡ଼ିଓ ସଞ୍ଜୟ ଆଚାର୍ଯ୍ୟ ଏ ସମ୍ପର୍କରେ ଖବର ପାଇବା ପରେ ଜରୁରୀ କାମ ସାରି ପୂର୍ବାହ୍ନରେ ଗୋବିନ୍ଦଙ୍କ ଘରେ ପହଞ୍ଚିଥିଲେ । ଛେଣ୍ଡିପଦା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲା । ଶବ ବୋହିବାକୁ ସମ୍ପର୍କୀୟ ଅରାଜି ହେବାରୁ ଶେଷରେ ବିଡିଓ ଶ୍ରୀ ଆଚାର୍ଯ୍ୟଙ୍କ ସମେତ ବାହାଳସାହି ସରପଞ୍ଚ ନାରାୟଣ ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଭୟ କୁମାର ପ୍ରଧାନ ଓ ମୃତ ଗୋବିନ୍ଦଙ୍କ ପୁଅ କୋକେଇ କାନେ୍ଧଇ ମଶାଣିକୁ ନେଇଥିଲେ । ପିପିଇ କିଟ୍ ପରିଧାନ କରି ଚାରିଜଣ ଯାକ ଶବ ନେଇ ପୂର୍ବାହ୍ନ ୧୧ଟା ବେଳେ ଗାଁ’ ମଶାଣିରେ ପହଞ୍ଚିଥିଲେ । ପୂର୍ବରୁ କାଠ ଯୋଗାଡ଼ ହୋଇ ସେଠାରେ ଜୁଇ ପ୍ରସ୍ତୁତ ହୋଇଥିଲା । ବିଡିଓଙ୍କ ଏହି କାର୍ଯ୍ୟକୁ ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons