ମର୍ମନ୍ତୁଦ ସଡକ ଦୁର୍ଘଟଣା : କାର୍ ଉପରେ ମାଡିଗଲା ସିମେଣ୍ଟ ବୋଝେଇ ଡମ୍ଫର

Get real time updates directly on you device, subscribe now.

ସୁନ୍ଦରଗଡ : ସୁନ୍ଦରଗଡ ୧୦ ନମ୍ବର ରାଜ୍ୟ ରାଜପଥ କୁତ୍ରା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । କାର୍ ଉପରେ ମାଡିଯାଇଛି ସିମେଣ୍ଟ ବୋଝେଇ ଡମ୍ଫର । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗୋଟିଏ ପରିବାରର ୩ ଜଣ ।
ସୂଚନାଯୋଗ୍ୟ ଯେ, ରାଉରକେଲାରୁ ଏକ କାର୍ ଯୋଗେ ମଧ୍ୟପ୍ରଦେଶର ସିଂରୋଲିକୁ ଏକ କାରରେ ଗୋଟିଏ ପରିବାର ଯାଉଥିବା ବେଳେ କୁତ୍ରା ନିକଟରେ ଦୁର୍ଘଟଣା ଘଟିଥିଲା । କାର୍ ଉପରେ ମାଡିଯାଇଥିଲା ଡମ୍ଫର । କାର୍ ଟି ସଂପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିବା ବେଳେ ସୌଭାଗ୍ୟ ବଶତଃ ସମସ୍ତେ ରକ୍ଷା ପାଇଯାଇଛନ୍ତି । କାର୍ ସ୍ବାମୀ, ସ୍ତ୍ରୀ ଏବଂ ୭ବର୍ଷର ଝିଅ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons