ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ଟ୍ରକ୍କୁ ପିଟିଲା ବାଇକ୍, ୩ ମୃତ

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନୁ୍ୟଜ୍): ଭୋଜି ଖାଇ ରାତିରେ ବାଇକ୍ରେ ତିନି ଜଣ ଯୁବକ ଘରକୁ ଫେରୁଥିଲେ । ଅନ୍ଧାର ଥିଲା ରାସ୍ତା । ପୂର୍ବରୁ ଦୁଇଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡ଼ରେ ଛିଡ଼ା ହୋଇଥିଲା । ଦ୍ରୁତଗତିରେ ବାଇକ୍ରେ ଆସୁଥିବା ଯୁବକମାନେ ଟ୍ରକ୍କୁ ଦେଖି ନପାରି ପଛରୁ ଧକ୍କା ଦେଇଥିଲେ । ଘଟଣା ସ୍ଥଳରେ ଦୁଇ ଜଣ ଯୁବକଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ଆଖି ବୁଜି ଦେଇଥିଲେ । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ କୁଲିହାଜୋର ଗ୍ରାମ ନିକଟରେ ।
ସବଡେଗା ବ୍ଲକ ଟାଙ୍ଗରବାହାଲ ଗ୍ରାମର କୃଷ୍ଣଚନ୍ଦ୍ର ମାଝି (୩୫), କୁରେଇ ଗ୍ରାମ ନିବାସୀ ଲୋକନାଥ ପ୍ରଧାନ (୨୧) ଏବଂ ସବଡେଗାର ଲିଙ୍ଗରାଜ ଭୋଇ (୨୦) ଭୋଜି ଖାଇବାକୁ ଯାଇଥିଲେ । କୃଷ୍ଣଚନ୍ଦ୍ର ବାଇକ୍ (ସିଜି୧୩ଏଏ ୭୬୭୩) ଚଳାଉଥିବା ବେଳେ ଅନ୍ୟ ଦୁଇ ଜଣ ପଛରେ ବସିଥିଲେ । ଭୋଜି ଖାଇସାରି ସୁନ୍ଦରଗଡ଼ରୁ ରାତି ଘରକୁ ଫେରୁଥିଲେ । କୁଲିହାଜୋର ନିକଟରେ ଗତ ଦୁଇ ଦିନ ତଳେ ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଟ୍ରକ୍ ଦ୍ୱୟ ରାସ୍ତା କଡ଼ରେ ଛିଡ଼ା ହୋଇ ରହିଥିଲା । ବାଇକ୍ରେ ତିନି ଜଣ ଯୁବକ ଫେରୁଥିବା ବେଳେ ଗାଡ଼ିଟି ଦ୍ରୁତଗତିରେ ଥିଲା । ରାସ୍ତାଟି ଅନ୍ଧାରିଆରୁ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ର ପଛ ପଟେ ପିଟି ହୋଇ ଯାଇଥିଲା ବାଇକ୍ । ଏହି ଦୁର୍ଘଟଣାରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର କୃଷ୍ଣଚନ୍ଦ୍ର ଓ ଲୋକନାଥଙ୍କୁ ମୃତ ଘୋଷଣା କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଲିଙ୍ଗରାଜଙ୍କ ମୃତୁ୍ୟ ଘଟିଥିଲା । ଖବର ପାଇ ତଲସରା ଥାନା ପୁଲିସ୍ ମୃତ ଦେହ ଜବତ କରିବା ସହ ଦୁର୍ଘଟଣା ସ୍ଥଳରୁ ଗାଡ଼ିଗୁଡ଼ିକୁ ଜବତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons