ଆଠଗଡ଼: ମର୍ମନ୍ତୁଦ ସଡ଼କ ଘଟଣାରେ ୩ ଜଣ ଗୁରୁତର। ପୁରୁଣା କଟକ ସମ୍ବଲପୁରରାସ୍ତାକୁ ସଂଯୋଗ କରୁଥିବା ଘଣ୍ଟିଖାଲ ବଜାର ନିକଟରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ୨ଟି ମାଲବାହି ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା।
ସେମାନଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି। ୩ ଜଣଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କାଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ତାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ୍ କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକଙ୍କ ଗହଳି ଲାଗି ରହିଛି।


Comments are closed, but trackbacks and pingbacks are open.