ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ

Get real time updates directly on you device, subscribe now.

କେନ୍ଦୁଝର: ଆନନ୍ଦପୁର ଉପଖଣ୍ଡ ଜାତୀୟ ରାଜପଥ ୨୦ ବରପଦା ବଜାର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଚାଉଳ ଗାଡି ବାଇକ ଉପରେ ଚଢ଼ି ଯିବାରୁ ବାଇକ ଆରୋହି ଦୁଇ ଜଣ ମୃତ। ସୂଚନା ଅନୁଯାୟୀ ରାମଚନ୍ଦ୍ରପୁର ଥାନା ହରିପୁର ଗାଁ ର କୀର୍ତ୍ତନ ନାଥ କେନ୍ଦୁଝର ରୁ ନିଜ ନାତି କେଶବ ପାଲ ସହିତ ବାଇକ ଯୋଗେ ଘରକୁ ଫେରୁଥିଲେ। ଘର ଠାରୁ ୫ କିଲୋମିଟର ପୂର୍ବରୁ ବରପଦା ବଜାର ନିକଟରେ ଗୋଟିଏ ଚାଉଳ ଗାଡି ସହିତ ସେମାନଙ୍କ ବାଇକ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା। ଫଳରେ ଅଜା ଓ ନାତି ଦୁଇଜଣ ଗୁରୁତର ଅବସ୍ଥାରେ ଥିବାବେଳେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ମେଡିକାଲ କୁ ଅଣାଯାଇଥିଲା। ମେଡିକାଲ ରେ ଡାକ୍ତର ଦୁଇଜଣ ଯାକୁ ମୃତ ଘୋଷଣା କରିଛନ୍ତି। ରାମଚନ୍ଦ୍ରପୁର ଥାନା ପୋଲିସ ଗାଡିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି। ଆନନ୍ଦପୁର ମେଡିକାଲ ରେ ଏହି ଘଟଣା କୁ ନେଇ ଚାପା ଉତ୍ତେଜନା ଲାଗି ରହିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons