ପୁରୀ,(ବି.ବି.ନୁ୍ୟଜ୍): ଅସ୍ତରଙ୍ଗ ଦିଲ୍ଲୀପ ସ୍ୱାଇଁ ହତ୍ୟା ମାମଲା ତଥା ୩ ବର୍ଷରେ ୬ଟି ଧର୍ତ୍ତବ୍ୟ ଅପରାଧରେ ଜଡ଼ିତ ଥିବା ଅଭିଯୁକ୍ତ ମୁନା ଓରଫ ରାଧା ମୋହନ ବିଶ୍ୱାଳ ସହ ସେଲ୍ଫି ନେବା ମହଙ୍ଗା ପଡ଼ିଲା । ଏଭଳି ଜଣେ ଅଭିଯୁକ୍ତ ସହ ଭ୍ୟାନ୍ ଭିତରେ ରାମଚଣ୍ଡୀ ଥାନା ଦାୟିତ୍ୱରେ ଥିବା ଇନ୍ସପେକ୍ଟର୍ ବୁଲୁମୁଣ୍ଡା ସେଲ୍ଫି ନେଇଥିବା ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ କାର୍ଯ୍ୟାନୁÂାନ ଗ୍ରହଣ କଲେ ଏସ୍ପି ଉମାଶଙ୍କର ଦାଶ । ଇନ୍ସପେକ୍ଟର୍ ଶ୍ରୀ ମୁଣ୍ଡାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁÂାନ ଗ୍ରହଣ କରି ତାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଅପସାରଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ମୁନା ଛୁରୀ ଭୁସିଥିବାବେଳେ ଗୁରୁତର ଆହତ ଦିଲ୍ଲୀପ ୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ଏନେଇ ଅସ୍ତରଙ୍ଗ ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା । ପୂର୍ବରୁ ଇନ୍ସପେକ୍ଟର୍ ଶ୍ରୀ ମୁଣ୍ଡା ଅସ୍ତରଙ୍ଗ ଆଇଆଇସି ଥିବାବେଳେ ମୁନାର ଅପରାଧୀକ କାର୍ଯ୍ୟକଳାପ ସମ୍ପର୍କରେ ବେଶ୍ ପରିଚିତ ଥିଲେ । ତାଙ୍କ ଉଦ୍ୟମ କ୍ରମେ ମୁନାକୁ ପୁଲିସ କାବୁ କରିଥିବା ଜଣାପଡିଛି । ମୁନା କୁଆଡେ ଶ୍ରୀ ମୁଣ୍ଡାଙ୍କ ସହ ଯୋଗାଯୋଗ କରି ଆତ୍ମସମର୍ପଣ କରିଥିବା କୁହାଯାଉଛି । ପରେ ପୁଲିସ ତାକୁ ଗିରଫ ବୋଲି ଦର୍ଶାଇଛି । ତେବେ ପୁଲିସ ତାକୁ ଧରିବାବେଳେ ଭ୍ୟାନ୍ରେ ବସାଇଥିଲା । ଶ୍ରୀ ମୁଣ୍ଡା ନିଜେ ତାକୁ ଧରି ଭ୍ୟାନ୍ର ମଝି ସିଟ୍ର ବସିଥିଲେ । ବାସ୍ ଏହି ସମୟର ଏକ ଫଟୋ ଉଠିଥିଲା । ଉକ୍ତ ଫଟୋରେ ଶ୍ରୀ ମୁଣ୍ଡାଙ୍କ ଆଖି ସାମାନ୍ୟ ବୁଜି ହୋଇ ରହିଥିବାବେଳେ ଅଭିଯୁକ୍ତ ମୁନା ଫିଲ୍ମ ଷ୍ଟାର୍ ଭଳି ବସିଛି । ଆଖିରେ ରଙ୍ଗୀନ ଚଷମା ଓ ମୁହଁରେ ସ୍ମାଇଲ୍ ଦେଇ ସୁନ୍ଦର ଫଟୋ ପୋଜ୍ ମଧ୍ୟ ଦେଇଛି । ଫଟୋରେ ଶ୍ରୀ ମୁଣ୍ଡାଙ୍କ ବାମ ହାତରୁ କିଛି ଅଂଶ ଠିକ୍ ସେଲ୍ଫି ନେବା ଭଳି ରହିଛି । ଏହି ଫଟୋଟି ଭାଇରାଲ୍ ହୋଇଯିବା ପରେ ଅଭିଯୁକ୍ତଙ୍କ ସହ ଆଇଆଇସିଙ୍କ ସେଲ୍ଫି ବୋଲି ବେଶ୍ ଚର୍ଚ୍ଚାର ହୋଇଛି । ତେଣୁ ଏହାକୁ ନେଇ ଏସ୍ପି ସୋମବାର ରାତି ମଧ୍ୟରେ କାର୍ଯ୍ୟାନୁÂାନ ଗ୍ରହଣ କରିଛନ୍ତି ।
ଏସ୍ପି ଶ୍ରୀ ଦାଶ କହିଛନ୍ତି ଯେ, ଅଭିଯୁକ୍ତ ସହ ଏଭଳି ଫଟୋ ଉଠିବା ପରେ ମୃତକଙ୍କ ପରିବାର ଓ ସମାଜକୁ ଭୁଲ୍ ସୂଚନା ଯାଇଛି । ଅଭିଯୁକ୍ତ ଓ ପୁଲିସ ମଧ୍ୟରେ ଥିବା ସମ୍ପର୍କକୁ ଜନତା ଭୁଲ୍ ଅର୍ଥରେ ଗ୍ରହଣ କଲେ । ତେଣୁ ପ୍ରଥମେ ତାଙ୍କୁ ଜିଳ୍ଲା ମୁଖ୍ୟାଳୟକୁ ଅପସାରଣ କରି ନିଆଯାଇଛି । ସେ ଜଣେ ଇନ୍ସପେକ୍ଟର୍ ହୋଇଥିବାରୁ ଏଭଳି କାର୍ଯ୍ୟ ପାଇଁ ରାଜ୍ୟ ମୁଖ୍ୟାଳୟକୁ କାର୍ଯ୍ୟାନୁÂାନ ପାଇଁ ସୁପାରିସ୍ କରାଯାଇଛି ।


Comments are closed, but trackbacks and pingbacks are open.