ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ୬ନାବାଳିକା: ୫ ଉଦ୍ଧାର, ଜଣେ ନିଖୋଜ

Get real time updates directly on you device, subscribe now.

ସମ୍ବଲପୁର : ମହାନଦୀକୁ ଗାଧେଇବାକୁ ଯାଇଥିବାବେଳେ ପାଣିରେ ଭାସିଗଲେ ୬ ନାବାଳିକା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିବା ବେଳେ ଜଣେ ନାବାଳିକା ଏବେବି ନିଖୋଜ ଅଛନ୍ତି। ତାଙ୍କ ନାମ ପିଙ୍କି ବିଶ୍ବକର୍ମା । ନିଖୋଜ ଥିବା ନାବାଳିକାକୁ ଉଦ୍ଧାର କାର୍ୟ୍ୟରେ ଅଗ୍ନିଶମ ବିଭାଗ କର୍ମଚାରୀ ନିୟୋଜିତ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜି ଦିନ ପ୍ରାୟ ସାଢେ ୧୧ ଟା ସମୟରେ ବଡବଜାର ଅଂଚଳ ୬ ଜଣ ନାବାଳିକା ବଡବଜାର ମହାନଦୀ ଘାଟକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କର ଗୋଡ ଖସିଯିବା ସେ ଗଭୀର ଜଳ ସ୍ରୋତକୁ ପଳାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟ ନାବାଳିକାମାନେ ପାଣିରେ ଭାସି ଯାଇଥିଲେ ।
ତେବେ କୌଣସି ପ୍ରକାରରେ ୫ ଜଣ ତଳ ମୁଣ୍ଡରେ ନଦୀ ଗର୍ଭରେ ଥିବା ପଥର ଟାପୁରେ ଅଟକି ରହିଥିବା ବେଳେ ଜଣେ ଏବେବି ନିଖୋଜ ରହିଛନ୍ତି । ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜା ଖୋଜି ଜାରି ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons