ବୌଦ୍ଧ, (ବି.ବି.ନୁ୍ୟଜ୍): ମହାନଦୀରେ ବୁଡ଼ି ଦୁଇ ଭାଇଙ୍କ ମୃତୁ୍ୟ ଘଟିଛି । ଏହି ଦୁଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଅରଖପଦର ଗାଁରେ । ମୃତକ ଦ୍ୱୟ ହେଲେ ଆଶିଷ ପ୍ରଧାନ ଓ ତୋଫାନ ପ୍ରଧାନ । ଦୁଇ ଭାଇ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ପ୍ରଥମେ ବଡ଼ ଭାଇ ଆଶିଷ ବୁଡ଼ି ଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ତୋଫାନ ବି ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଏନେଇ ଖବର ଦେଇଥିଲେ ।ତେବେ ସେତେବେଳକୁ ଦୁଇ ଭାଇ ବୁଡ଼ି ଯାଇଥିଲେ ଓ ସେମାନଙ୍କ ମୃତୁ୍ୟ ହୋଇସାରିଥିଲା । ପୋଲିସ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏହା ସହିତ ଘଟଣାର ଅଧିକ ତଦନ୍ତ କରୁଛି ।
Comments are closed, but trackbacks and pingbacks are open.