ବଲାଙ୍ଗୀର,(ବି.ବି.ବୁ୍ୟରୋ): ସୁବର୍ଣ୍ଣପୁର ମହାନଦୀ ପୋଲ ଉପରୁ ତଳକୁ ଡେଇଁଲେ ଜଣେ ମହିଳା । ସନ୍ଧ୍ୟା ସମୟରେ ଉଲୁଣ୍ଡା ବ୍ଲକ କୁହ୍ଲିଆକାନୀ ଗାଁର ନିତ୍ୟାନନ୍ଦ ସେଠୀ ତାଙ୍କ ପନôୀ ମୀରା ସେଠୀଙ୍କ ସହିତ ସୋନପୁରରୁ ଫେରୁଥିବା ବେଳେ ମହାନଦୀ ପୋଲ ମଝିରେ ପାଣି ଦେଖିବା ପାଇଁ ଓହ୍ଲାଇଥିଲେ । ବୁଲା ବୁଲି କରୁଥିବା ସମୟରେ ହଠାତ୍ ମୀରା ପାଣିକୁ ଡେଇଁ ପଡିଥିବା କହିଛନ୍ତି ତାଙ୍କର ସ୍ୱାମୀ ନିତ୍ୟାନନ୍ଦ । ସୋନପୁର ପୋଲିସ ତଥା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଖୋଜା ଖୋଜି କରୁଥିବା ବେଳେ ନିତ୍ୟାନନ୍ଦଙ୍କୁ ଅଟକ ରଖିଛି । ତେବେ ସନ୍ଧ୍ୟା ସମୟ ହୋଇଥିବାରୁ ତଥା ନଦୀରେ ପାଣି ଅଧିକ ଥିବାରୁ ମହିଳାଙ୍କ କୌଣସି ପତ୍ତା ମିଳି ପାରୁନାହିଁ । ହେଲେ ପୋଲ ଉପରୁ ମହିଳାଙ୍କ ଚପଲ, ପର୍ସ, ତଥା ସ୍ୱାମୀଙ୍କ ହେଲମେଣ୍ଟ ଥିବା ଦେଖିବାକୁ ମିଳିଛି । କିନ୍ତୁ ମହିଳାଙ୍କ ସ୍ୱାମୀ ମହାନଦୀ ବ୍ରିଜରେ ବୁଲା ବୁଲି କରୁଥିବା ସମୟରେ ହଠାତ୍ ମୀରା ପାଣିକୁ ଡେଇଁ ପଡିଥିବା କହିଛନ୍ତି । ତେବେ କିଛି ସମୟ ପରେ ଲଙ୍କେଶ୍ୱରୀ ଗଣ୍ଡରେ ମାଛ ମାରୁଥିବା ଦୁଇଜଣ କୈବତ୍ତ୍ୟ ଜଣେ ଭାସି ଯାଇଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଏବଂ ସେ ସୁସ୍ଥ ଥିବା ଜଣାପଡିଛି ।
Comments are closed, but trackbacks and pingbacks are open.