ମହାପ୍ରଭୁଙ୍କ କରୁଣାରୁ ବିଶ୍ୱ କରୋନାମୁକ୍ତ ହେଉ: ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶ୍ରୀକ୍ଷେତ୍ରରେ ଶାନ୍ତିଶୃଙ୍ଖଳାର ସହ ମହାପ୍ରଭୁଙ୍କ ରଥଯାତ୍ରା ଅନୁÂିତ ହୋଇଥିବାରୁ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପବିତ୍ର ଘୋଷଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମଗ୍ର ବିଶ୍ୱ କରୋନାମୁକ୍ତ ହେଉ । ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ନବୀନ । ଏ ପବିତ୍ର ପର୍ବରେ ସହଯୋଗ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଶ୍ରୀକ୍ଷେତ୍ରରେ ସଫଳତାର ସହ ରଥଯାତ୍ରା ଅନୁÂିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ପୁରୀ ଯାଇନଥିଲେ ମଧ୍ୟ ଲୋକସେବା ଭବନରେ ଟେଲିଭିଜନ ପରଦାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ବେଶ ଭାବବିହ୍ୱଳ ହୋଇପଡ଼ିଥିଲେ ।

ସେ ଟ୍ୱିଟ୍ କରିଛନ୍ତି, ପ୍ରଭୁଙ୍କ ଇଛା ବିନା ପତ୍ର ମଧ୍ୟ ହଲେ ନାହିଁ । ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଉଛି । ରଥାରୂଢ଼ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରି ଦେଉଛି ।

ମହାପ୍ରଭୁ ସମସ୍ତଙ୍କ ଗୁହାରୀ ଶୁଣିବେ । ଏ କଠିନ ସମୟ ଶ୍ରୀଘ୍ର ଦୂର ହେବ । ସମସ୍ତଙ୍କ କଲ୍ୟାଣ ମଧ୍ୟ ହେବ ।
ରଥଯାତ୍ରାର ସଫଳ ଆୟୋଜନ ପାଇଁ ସହଯୋଗ କରିଥିବା ସେବାୟତ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ଓ ପୁଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଏବଂ ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏ ଅବସରରେ ‘ଉକ୍ରଳ ପ୍ରସଙ୍ଗ’ ଓ’ ଓଡ଼ିଶା ରିଭୁ୍ୟ’ର ସ୍ୱତନ୍ତ୍ର ରଥ ବିଶେଷାଙ୍କକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । ବଡ଼ଦାଣ୍ଡରେ ପ୍ରଭୁ ବଳଦେବଙ୍କ ରଥ ଗଡ଼ିବା ସମୟରେ ଏ ବିଶେଷାଙ୍କଙ୍କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons