ମହାପ୍ରଭୁଙ୍କ ଘୋଷଯାତ୍ରା ରଥକାଠ ଅନୁକୁଳ

Get real time updates directly on you device, subscribe now.

ହରଭଙ୍ଗା, (ବି.ବି.ନୁ୍ୟଜ): ଚଳିତ ବର୍ଷ ମଧ୍ୟ ଏତରକୁ ମିଶାଇ ୪ର୍ଥ ଥର ପୁରୀ ରଥଯାତ୍ରା ପାଇଁଁ ବୌଦ୍ଧ ବନଖଣ୍ଡରୁ ଯିବ ରଥକାଠ । ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ମଙ୍ଗଳବାର ଦିନ ପୁରୀରୁ ଆସିଥିବା ୪ ଜଣିଆ ଟିମ୍ ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ବନଦୁର୍ଗା ମନ୍ଦିର ଠାରେ ପହଞ୍ଚିିଥିଲେ । ବନ ବିଭାଗ ପକ୍ଷରୁ ଜଗନ୍ନାଥଙ୍କ ଆଜ୍ଞାମାଳ ଓ ସମସ୍ତ ଟିମ୍ ସଦସ୍ୟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରଥକାଠ ଅନୁକୁଳ ପୂର୍ବରୁ ପ୍ରଥମେ ମାଁ ବନଦୁର୍ଗାଙ୍କ ମନ୍ଦିର ଠାରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଯାଶବନ୍ତ ସେଠୀଙ୍କ ତତ୍ତ୍ୱାବଧାନରେ ହୋମଯଜ୍ଞ କରାଯାଇଥିଲା । ପରେ ଉକ୍ତ ରେଞ୍ଜ୍ର କରାଡାକାଠା ହାତୀଧରା ଜଙ୍ଗଲରୁ ପ୍ରଥମେ ଏକ ଗଛକୁ ପୂଜାର୍ଚନା କରାଯାଇ ଗଛ କାଟିବା କାର୍ଯ୍ୟକ୍ରମ ଅନୁକୁଳ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀ ରଥ ନିର୍ମାଣ କମିଟି ସଦସ୍ୟ ସୁଦର୍ଶନ ମେକାପ, ରଥ ନିର୍ମାଣ ତତ୍ତ୍ୱାବଧାରକ ଲକ୍ଷ୍ମଣ ମହାପାତ୍ର, ରଥ କାଠ ଅମିନ ରବି ଭୋଇଙ୍କ ସମେତ ଭୋଇ ସର୍ଦାର, ବୌଦ୍ଧ ବନଖଣ୍ଡ ଅଧିକାରୀ ଶ୍ରୀ ସେଠୀ, ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଛାୟତ୍, ସୌମ୍ୟରଞ୍ଜନ ଗୋଛାୟତ୍, ଜିତେନ୍ଦ୍ର କୁମାର ବେହେରା, ମାଧପୁର ବନାଞ୍ଚଳ ଅଧିକାରୀ ସରୋଜ କୁମାର ମିଶ୍ର, ପ୍ରଦୀପ ବେହେରା, ନାରାୟଣ ସ୍ୱାଇଁ, ପୁରୁଣାକଟକ ରେଞ୍ଜର ନିହାର ରଂଜନ ମଲ୍ଲିକଙ୍କ ସମେତ ମାଧପୁର ବନାଞ୍ଚଳର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ସୂଚନା ଯୋଗ୍ୟ ବୌଦ୍ଧ ବନଖଣ୍ଡ ଅଧୀନରୁ ୨୦୧୮ ମସିହା ଠାରୁ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁଁ ରଥକାଠ ପ୍ରେରଣ ହୋଇଆସୁଛି । ୨୦୧୮ ମସିହାରେ ୨୫୬ ଖଣ୍ଡ ପ୍ରଥମ କରି ଯାଇଥିବା ବେଳେ, ୨୦୧୯ରେ ୨୪୮ ଖଣ୍ଡ, ୨୦୨୦ରେ ୩୪୫ ଖଣ୍ଡ ପ୍ରେରଣ କରାଯାଇଥିଲା । ଚଳିତ ବର୍ଷ ପାଢେଲ୍, ସୁବର୍ଣ୍ଣଗିରି, ମୁଣ୍ଡେଶ୍ୱର, ହାତୀଧରା ସଂରକ୍ଷିତ ଜଙ୍ଗଲରୁ ଅସନ ୨୭୦ ଖଣ୍ଡ, ଧଉରା ୩୨୪, ଫାସି ୭ ଖଣ୍ଡ, ମଇ ୪୦ ଖଣ୍ଡ, ସିମିଳି ୨୦ ଖଣ୍ଡ, ରାଇ ୨୦ ଖଣ୍ଡ, ବଲ୍ହା ୨୦ ଖଣ୍ଡ ମାଟ୍ ୭୦୧ ଖଣ୍ଡ ରଥ କାଠ ଯିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons