ମହାମାରୀ ନେଲା ଆଉ ୪ ମୁଣ୍ଡ!

Get real time updates directly on you device, subscribe now.

ଜୟପୁର(ବି.ବି.ନୁ୍ୟଜ୍): ମହାମାରୀ ନେଇଛି ଆଜି ଆଉ ୪ ଜଣଙ୍କ ମୁଣ୍ଡ । ସେମାନଙ୍କ ଭିତରେ ସହରରୁ ୨ଜଣ, ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରୁ ଜଣେ ଏବଂ ନବରଙ୍ଗପୁର ଜିଲ୍ଲାରୁ ଜଣେ ରହିଛନ୍ତି । ସମସ୍ତଙ୍କ ମୃତୁ୍ୟ ସ୍ଥାନୀୟ କୋଭିଡ-୧୯ ହସପିଟାଲରେ ହୋଇଛି । ପ୍ରଶାସନ ପକ୍ଷରୁ କୋଭିଡ ଗାଇଡ୍ଲାଇନ୍ ଅନୁଯାୟୀ ସେମାନଙ୍କ ଶବ ସକ୍ରାର କରାଯାଇଛି । ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିନାହିଁ । ଆଜିର ମୃତକଙ୍କୁ ମିଶାଇଲେ ବେସରକାରୀ ଭାବେ ଜୟପୁର ଉପଖଣ୍ଡରେ ମୃତୁ୍ୟସଂଖ୍ୟା ପହଞ୍ଚିଛି ୧୫ରେ । ସରକାରୀ ଭାବେ କିନ୍ତୁ କୌଣସି ଘୋଷଣା କରାଯାଇନି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସହରର ୨ ଜଣଙ୍କ ଆଜି ମୃତୁ୍ୟ ହୋଇଛି । ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳର ମୃତକଙ୍କ ଶବକୁ ସେଠାକୁ ପଠାଯାଇଛି । ନବରଙ୍ଗପୁର ଜିଲ୍ଲାର ଜଣେ ରୋଗୀ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କ କୋଭିଡ୍ ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିଥିଲା । ପରେ ତାଙ୍କୁ ଏଠାକାର କୋଭିଡ-୧୯ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ହୋଇଥିଲା । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ସମସ୍ତ ମୃତଦେହ ସକ୍ରାର କରାଯାଇଛି । ସହରର ୨ ମୃତକଙ୍କ ମଧ୍ୟରୁ ଜଣଙ୍କ ଶବଦାହ କରାଯାଇଥିବା ବେଳେ ଅନ୍ୟ ଜଣଙ୍କ ଶବ ପୋତାଯାଇଛି ।
ପରିତାପର ବିଷୟ, କୋଭିଡ୍ ହସ୍ପିଟାଲରେ ପ୍ରାଣ ହରାଉଛନ୍ତି ରୋଗୀ । କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ପ୍ରଶାସନ ପକ୍ଷରୁ ହେଉଛି ଶବଦାହ । ଅଥଚ ଆଜି ପର୍ଯ୍ୟନ୍ତ ଉପଖଣ୍ଡର କେବଳ ଜଣଙ୍କୁ କରୋନାଜନିତ ମୃତୁ୍ୟ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି । ଅନ୍ୟ ୧୪ ଜଣଙ୍କ ମୃତୁ୍ୟ କେଉଁ କାରଣରୁ ହୋଇଛି ତାହା ବି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଉନି । ଏହାକୁ ନେଇ ମୃତକଙ୍କ ସଂପର୍କୀୟମାନେ କ୍ଷୋଭ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି, ଅନ୍ୟ ସ୍ଥାନରେ କୋଭିଡ୍ ଡାକ୍ତରଖାନାରେ ପ୍ରାଣ ହରାଉଥିବା ଲୋକଙ୍କୁ କୋଭିଡ୍ ମୃତୁ୍ୟ ବୋଲି ଦର୍ଶାଯାଉଥିବା ବେଳେ ଏଠାରେ ତାହାର ତୀବ୍ର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯଦି ସେମାନେ କରୋନାରେ ମରିନାହାନ୍ତି, ତାହେଲେ ପ୍ରଶାସନ ପକ୍ଷରୁ କୋଭିଡ୍ ନିୟମ ଅନୁଯାୟୀ ଶବ ସକ୍ରାର କରାଯାଉଛି କାହିଁକି । ସରକାର ତୁରନ୍ତ ଏହା ସ୍ପଷ୍ଟ କରିବା ଦରକାର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons