ଫୁଲବାଣୀ,(ବି.ବି.ନୁ୍ୟଜ୍): ଗତ ୩ ତାରିଖ ପୂର୍ବେ ମହାରାଷ୍ଟ୍ରରେ ସନେ୍ଦହଜନକ ଭାବେ ପ୍ରାଣ ହରାଇଥିଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଭୁକ୍ତକନାଲି ଗାଁର ଜଣେ ଶ୍ରମିକଙ୍କର ମୃତଦେହ ସୋମବାର ଗାଁରେ ପହଞ୍ଚିଥିଲା । ହେଲେ ଶବ ଦାହ ପାଇଁ ଗ୍ରାମବାସୀଙ୍କ ବିରୋଧ ସତ୍ୱେ ପ୍ରଶାନିକ ହସ୍ତକ୍ଷେପ ପରେ ଗାଁରେ ଶେଷକୃତ୍ୟ ସମ୍ପର୍କ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନାଅନୁଯାୟୀ , କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନାଅନ୍ତର୍ଗତ ଭୁକ୍ତକନାଲି ଗାଁର ବିନାୟକ କହଁର କାମ କରିବାକୁ ମହାରାଷ୍ଟ୍ରର ପୋଷ ଥାନା ଅଞ୍ଚଳକୁ ଯାଇଥିଲେ । ହେଲେ ସେଠାରେ ଶୁକ୍ରବାର ତାଙ୍କର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ପୋଲିସ ଜବତ କରିଥିଲା । ଖବର ପାଇ ପରିବାର ଲୋକେ ଏ ନେଇ କନ୍ଧମାଳ ଜିଲ୍ଲା ଏଡିଏମ୍ଙ୍କୁ ଜଣାଇଥିଲେ । ଜିଲ୍ଲା ପ୍ରଶାସନର ସହଯୋଗରେ ତାଙ୍କ ମୃତଦେହକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ମହାରାଷ୍ଟ୍ରରୁ ଅଣାଯାଇ ସୋମବାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଗ୍ରାମରେ ଶବ ଦାହ ପାଇଁ କିଛି ଗ୍ରାମବାସୀ ବିରୋଧ କରିବାରୁ ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର ଏବଂ ଖଜୁରୀପଡ଼ା ଥାନା ଆଇଆଇସି ପ୍ରମୁଖ ପହଞ୍ଚô ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ପରିବାର ଲୋକ ଏବଂ ଗ୍ରାମବାସୀ ମିଳିତ ଭାବେ ଶବ ଦାହ କରିଥିଲେ ।
Comments are closed, but trackbacks and pingbacks are open.