ମହିଳାଙ୍କଠାରୁ ଟଙ୍କା ଓ ଚେନ୍ ଲୁଟ୍:ଜଣେ ଲୁଟେରାକୁ ଗୋଡ଼ାଇ ଧରିଲେ ଯୁବକମାନେ, ଦୁଇ ଫେରାର

Get real time updates directly on you device, subscribe now.

ବଳଙ୍ଗା,(ବି.ବି.ନୁ୍ୟଜ୍): ରୋଗଗ୍ରସ୍ତ ସ୍ୱାମୀର ଚିକିତ୍ସା ପାଇଁ ଟଙ୍କା ଧରି ବସ୍କୁ ଅପେକ୍ଷା କରିଥିବା ଜଣେ ମହିଳାଙ୍କଠାରୁ ଆଜି ଅପରାହ୍ଣରେ ଲୁଟେରାମାନେ ଟଙ୍କା ସହ ଏକ ସୁନା ଚେନ ଲୁଟି ନେଇଛନ୍ତି । ଜଣେ ଲୁଟେରାକୁ ସ୍ଥାନୀୟ ଲୋକେ ଧରି ପକାଇଥିବା ବେଳେ ନିର୍ଦ୍ଧୁମ ଛେଚି ପୁଲିସ ଜିମା ଦେଇଥିଲେ ।
ସୂଚନା ଅନୁଯାୟୀ, ବଳଙ୍ଗା ଥାନା ଦଳଭାଣପୁର ଗ୍ରାମର ଶରତ ବେହେରାଙ୍କ ଝିଅ ରୀନା ବେହେରା(୩୩) ସ୍ୱାମୀଙ୍କ ଚିକିତ୍ସା ପାଇଁ ଏକ ସୁନାଚେନ ବନ୍ଧା ପକାଇବାକୁ ବାପ ଘର ଦଳଭାଣପୁର ଆସିଥିଲେ । ବାପ ଘର ଲୋକେ ସୁନା ଚେନ ବନ୍ଧା ନରଖି ଝିଅକୁ ୫ହଜାର ଟଙ୍କା ଦେଇଥିଲୋ । ରୀନା ଉକ୍ତ ଟଙ୍କା ଓ ସୁନାଚେନକୁ ଧରି ମନିପର୍ସରେ ରଖି ନିଜ ମା’ଙ୍କ ସହ ଶାଶୂଘର ଗୁଡ଼ିଆପୋଖରୀ ଯିବା ପାଇ ପିପିଲି-ନିମାପଡା ମୁଖ୍ୟ ରାସ୍ତାର ଭାଣପୁର ବସଷ୍ଟାଣ୍ଡଠାରେ ବସକୁ ଅପେକ୍ଷା କରିଥିଲେ ।
ଏହି ସମୟରେ ୩ ଜଣ ଲୁଟେରା ଏକ ବାଇକରେ ଆସି ରୀନା ହାତରେ ଧରିଥିବା ମନିପର୍ସକୁ ଝାମ୍ପି ନେଇ ଦ୍ରୁତ ଗତିରେ ପିପିଲି ଆଡକୁ ପଳାଇଥିଲେ । ରୀନାର ପାଟିଶୁଣି ପାଖରେ ଥିବା କିଛି ଯୁବକ ବାଇକ୍ ଧରି ଲୁଟେରାମାନଙ୍କ ପିଛା କରିଥିଲେ । ଧରା ପଡ଼ିଯିବା ଭୟରେ ଲୁଟେରାମାନେ ହରିପୁର ଗାଁ ଭିତରକୁ ପଶି ଯାଇଥିଲେ । ତେବେ ୨ ଜଣ ଲୁଟେରା ବାଇକ୍ରୁ ଡେଇଁ ଖସି ପଳାଇଥିଲେ । ତେବେ ଗାଡ଼ି ସହ ଜଣେ ଲୁଟେରା ଯୁବକମାନଙ୍କ ହାତରେ ଧରା ପଡ଼ି ଯାଇଥିଲା । ଯୁବକମାନେ ଲୁଟେରାକୁ ନିସ୍ତୁକ ଛେଚି ଥିଲେ । ବଳଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଲୁଟେରାକୁ ଥାନାକୁ ଆଣିଥିଲା । ଖସି ପଳାଇଥିବା ଲୁଟେରା ୨ଜଣ ଟଙ୍କା ଓ ଚେନ୍ ନେଇ ପଳାଇଥିବାରୁ ଲୁଟ୍ ଟଙ୍କା ଓ ଚେନ୍ ଉଦ୍ଧାର କରାଯାଇପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons