ମହିଳାଙ୍କୁ ଟାଣି ନେଲା ପମ୍ପ୍ ହାଉସ ମଟର

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନୁ୍ୟଜ୍): ପମ୍ପ୍ ହାଉସର ମଟର ପାଣି ଟାଣୁଥିବା ସମୟରେ ନଦୀକୁ ଗାଧୋଇବାକୁ ଯାଇଥିବା ମହିଳାଙ୍କୁ ଟାଣି ନେବାରୁ ଶ୍ୱାସରୁଦ୍ଧ ହୋଇ ମହିଳାଙ୍କ ମୃତୁ୍ୟ ଘଟିଛି । ଏଭଳିଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସଇତନାଦରହ ପମ୍ପ ହାଉସ ଠାରେ ।
ଇବ୍ନଦୀରୁ ପାଣି ଟାଣି ସହରକୁ ପାନୀୟ ଜଳ ଯୋଗାଣ କରୁଥିବା ଜନସ୍ୱାସ୍ଥ୍ୟ ବିଭାଗର ଏକ ନୂତନ ପମ୍ପ୍ ହାଉସ ରାଣୀବଗିଚା ସଇତନାଦରହ ଠାରେ କରାଯାଇଛି । ଏହି ପମ୍ପ ହାଉସ୍ରୁ ପାଣି ଟାଣି ମୁଖ୍ୟ ପମ୍ପ ହାଉସ୍କୁ ପଠାଇଲେ ସେଠାରେ ପାଣିକୁ ଶୁଦ୍ଧ କରାଯାଇ ସହରବାସୀଙ୍କୁ ଯୋଗାଣ କରାଯାଇଥାଏ । ସବୁଦିନ ପରି ଆଜି ସଇତନାଦରହ ପମ୍ପ ହାଉସ୍ର ମଟର ଚାଲିଥିଲା ଓ ପାଣି ନଦୀରୁ ଉଠାଯାଉଥିଲା । ପୂର୍ବାହ୍ନ ୧୨ଟା ସମୟରେ ଖଡ଼ିଆପଡ଼ାର ସୀମା ସୋରେଙ୍ଗ (୪୦) ଇବ୍ନଦୀକୁ ଗାଧୋଇବା ଲାଗି ଯାଇଥିଲେ । ନଦୀପଠାରେ ବାଲଟି, କପଡ଼ା ରଖି ଗାଧୋଇବାକୁ ନଦୀକୁ ଓହ୍ଲାଇ ଥିଲେ । ଯେଉଁ ଠାରେ ମଟରଦ୍ୱାରା ପାଣି ଉଠା ଯାଉଛି ସେ ପାଖକୁ ଗାଧୋଇବା ପାଇଁ ସୀମା ଯିବାରୁ ପାଇପ ଯୋଗେ ପାଣି ଟାଣୁଥିବା ମଟର ପ୍ରେସ୍ରରେ ସେ ଟାଣି ହୋଇ ଯାଇଥିଲେ ପାଇପ ପାଖକୁ । ନିଜକୁ ବଞ୍ଚାଇବା ଲାଗି ସୀମା ବହୁ ଚେଷ୍ଟା କରିଥିଲେ ବି ପାରିନଥିଲେ । ପାଇପ ତଳେ ମୁହଁମାଡ଼ି ରହିଥିବା ସୀମା ଅଣନିଶ୍ୱାସୀ ହୋଇ ମୃତୁ୍ୟବରଣ କରିଥିଲେ । କିଛି ସମୟ ପରେ ଅନ୍ୟ ଜଣେ ମହିଳା ନଦୀକୁ ଗାଧୋଇବାକୁ ଆସି ସୀମାଙ୍କ ମୃତ ଦେହ ପଡ଼ିଥିବା ଦେଖି ପାଟି କରିଥିଲେ । ତାଙ୍କ ପାଟି ଶୁଣି ପମ୍ପ୍ ହାଉସ କର୍ମଚାରୀ କ’ଣ ହେଲା ବୋଲି ବାହାରକୁ ଦୌଡ଼ି ଆସି ଘଟଣା ଦେଖି ମଟରକୁ ବନ୍ଦ କରିଥିଲେ । ଟାଉନ ଥାନା ଅଧିକାରୀ ବିଭ ପ୍ରଧାନ ଘଟଣା ସ୍ଥଳକୁ ଆସି ସମସ୍ତ କଥା ଜାଣିବା ପରେ ଅଗ୍ନିଶମ କର୍ମଚାରୀଙ୍କୁ ସୂଚନା ଦେଇଥିଲେ ।
ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ନଦୀରୁ ସୀମାଙ୍କ ମୃତ ଦେହକୁ ଉଦ୍ଧାର କରି ବାହାରକୁ ଆଣିଥିଲେ । ପୁଲିସ୍ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସରକାରୀ ମୁଖ୍ୟ ଡାକ୍ତରଖାନା ପଠାଇଥିଲା । ମୃତ ମହିଳାଙ୍କ ସ୍ୱାମୀ ଗତ ୫ ବର୍ଷ ତଳେ ମୃତୁ୍ୟବରଣ କରିଥିବାରୁ ତାଙ୍କର ଏକ ମାତ୍ର ଝିଅ ରାଉରକେଲାରେ ମାମୁ ଘରେ ରହି ଷÂ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଗତ କିଛି ବର୍ଷ ପୂର୍ବେ ଉକ୍ତ ପମ୍ପ୍ ହାଉସ୍ରେ ନଦୀରୁ ପାଣି ଟଣା ଯାଉଥିବା ବେଳେ ତିନି ଜଣ ଯୁବକ ଗାଧୋଇବାକୁ ଯାଇ ମଟର ପ୍ରେସରରେ ପାଇପରେ ଫସି ଯାଇ ମୃତୁ୍ୟବରଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons