
ଅନୁଗୁଳ,(ବି.ବି.ନୁ୍ୟଜ): ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା । ଅନୁଗୁଳ ସହର ଉପକଣ୍ଠ ତଥା ସଦର ଥାନା ଇଲାକା କୁମଣ୍ଡ ଗାଣ୍ଡୁପଡ଼ିଆରେ ରବିବାର ରାତିରେ ଘଟିଥିବା ଏହି ବୀଭତ୍ସ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତ ମହିଳା ହେଲେ ଧ୍ରୁବ ଗୋଛାୟତଙ୍କ ପତ୍ନୀ ମାମି ଗୋଛାୟତ(୪୫) । ଆଜି ସକାଳୁ ପରିବାର ଲୋକ ମାମିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଥିଲେ । ଦେହସାରା କ୍ଷତଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପୁଅ ଅଭିଯୋଗ କରିଥିଲେ । ଏତଲା କ୍ରମେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରାଯାଇଥିବା ବେଳେ ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା କରାଯାଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ସନେ୍ଦହ କରୁଛି ।
ପୁଲିସ୍ ସୂଚନା ମୁତାବକ, ମୃତ ମାମିଙ୍କ ସ୍ୱାମୀ ନାଗପୁରରେ କାମ କରୁଛନ୍ତି । ତାଙ୍କର ୩ ପୁଅ ଓ ଗୋଟିଏ ଝିଅ ଥିବା ବେଳେ ଦୁଇ ପୁଅ ଓ ଝିଅର ବାହାଘର ସରିଛି । ମାମି ଓ ତାଙ୍କ ସାନ ପୁଅ ଗାଣ୍ଡୁପଡ଼ିଆରେ ଘର କରି ରହୁଛନ୍ତି । ବଡ଼ପୁଅ ଫୁଲପଡ଼ା ଶ୍ୱଶୁର ଘରେ ଓ ମଝିଆ ପୁଅ ବାହାରେ ରୁହନ୍ତି । ରବିବାର ସନ୍ଧ୍ୟାରେ ମାମିଙ୍କ ମୁଣ୍ଡ ବ୍ୟଥା ହେଉଥିଲା । ତେଣୁ ସାନପୁଅ ଔଷଧ ଆଣି ମା’କୁ ଦେଇଥିଲେ । ପରେ ସେ ସାହିରେ ହେଉଥିବା ସଙ୍କୀର୍ତ୍ତନ ଦେଖିବାକୁ ଯାଇଥିଲେ । ସଙ୍କୀର୍ତ୍ତନ ଦେଖି ଆସିବା ପରେ ସେ ଘରେ ଶୋଇ ଯାଇଥିବା ବେଳେ ସକାଳେ ଘର ଅଗଣାରେ ମା’ଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ତାଙ୍କ ମୁଣ୍ଡ, ମୁହଁ, ପେଟ, ଛାତିରେ କ୍ଷତଚିହ୍ନ ଥିବା ଦେଖବାକୁ ମିଳିଥିଲା । ଏ ନେଇ ସେ ତାଙ୍କ ବଡ଼ ଭାଇକୁ ଖବର ଦେଇଥିଲେ । ପରେ ବଡ଼ ଭାଇ ପହଞ୍ଚିବା ପରେ ସେ ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲା । ପାରିପାଶ୍ୱିର୍କ ପରିସ୍ଥିତି ଓ ତଦନ୍ତରୁ ମହିଳାଙ୍କୁ ବଳାକ୍ରାର ଓ ହତ୍ୟା କରାଯାଇଥିବା ପୁଲିସ୍ ଅନୁମାନ କରୁଛି । ଅପରାହ୍ଣରେ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ତେବେ ମହିଳାଙ୍କ ବଡ଼ପୁଅ ମା’ଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛି । ଏତଲା କ୍ରମେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରାଯାଇଛି । ମୃତୁ୍ୟର କାରଣ ଅସ୍ପଷ୍ଟ ରହିଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସଦର ଥାନା ପୁଲିସ୍ ପକ୍ଷରୁ କୁହାଯାଇଛି ।
Comments are closed, but trackbacks and pingbacks are open.