ମହିଳାଙ୍କୁ ବ୍ଲାକମେଲିଂ ଅଭିଯୋଗରେ ସ୍ୱାମୀ-ସ୍ତ୍ରୀ ଗିରଫ

Get real time updates directly on you device, subscribe now.

ପାଟଣା : ଜଣେ ମହିଳାଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୨ଜଣ କପୁଣ୍ଡି ଗ୍ରାମର ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡିଛି । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଦମ୍ପତି ହେଲେ କପୁଣ୍ଡି ଗ୍ରାମର ତପନ କୁମାର ବେଜ, ଓ ତାଙ୍କ ସ୍ତ୍ରୀ ଅଙ୍କିତା ବେଜ।
ଅଭିଯୋଗ ଅନୁଯାୟୀ ଅନୁଯାୟୀ, ପାଟଣା ଥାନା ଟାଙ୍ଗରପଡା ଅଞ୍ଚଳର ଜଣେ ଛାଡପତ୍ର ଫାଇଲ କରିଥିବା ବିବାହିତା ମହିଳାଙ୍କ ସହିତ ତପନଙ୍କ ପ୍ରେମ ସମ୍ପକ ରହିଥିଲା। ମହିଳାଙ୍କ ସହିତ ତପନଙ୍କ ଶାରୀରିକ ସମ୍ପର୍କ ରହିଥିଲା । ଯାହାପରେ ତପନ ଓ ତାଙ୍କ ସ୍ତ୍ରୀ ମିଶି ଉକ୍ତ ମହିଳାଙ୍କୁ ଲକ୍ଷାଧିକ ଟଙ୍କା ଦାବି କରି ଥିଲେ। ଟଙ୍କା ନଦେଲେ ଉକ୍ତ ସମ୍ପର୍କର ଫଟୋ ଓ ଭିଡ଼ିଓକୁ ଭାଇରାଲ କରିବା ପାଇଁ ସମ୍ପୃକ୍ତ ମହିଳାଙ୍କୁ ଧମକ ଦେଇଥିଲେ ଦମ୍ପତି । ଏନେଇ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ। ବ୍ଲାକ ମେଲିଂ କରୁଥିବାର ଅଭିଯୋଗ ଆଣି ପାଟଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପାଟଣା ପୋଲିସ ଘଟଣାର ତଦନ୍ତ କରି ତପନ ଓ ତାଙ୍କ ସ୍ତ୍ରୀ ଅଙ୍କିତା ବେଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons