ଜଳେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୂର୍ତ୍ତ ଡାକବଙ୍ଗଳା ପରିସରରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ନାଁ ଜୁମୁନୀ ବିବି । ତାଙ୍କ ଘରଓଲମରା ଗାଁରେ । ସେ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଅସ୍ଥାୟୀ ଭାବେ ପ୍ରାୟ ୫ ବର୍ଷ ହେବ କାମ କରୁଥିଲେ । ଗତକାଲି ସକାଳେ ଡାକ ବଙ୍ଗଳାର କର୍ମଚାରୀମାନେ ଜୁମୁନୀଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ପୋଲିସ ଓ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାସ୍ଥଳରୁଗୋଟିଏ କଟୁରି ଏବଂ ପନିକି ଜବତ କରାଯାଇଛି । ଜୁମୁନୀଙ୍କ ବେକରେ ଗଭୀର କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।
Comments are closed, but trackbacks and pingbacks are open.