ମହିଳାଙ୍କ ତଣ୍ଟି କାଟି ରାସ୍ତା କଡ଼ରେ ଫିଙ୍ଗିଦେଲେ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା: ଅତି ନିର୍ମମ ଭାବେ ଜଣେ ମହିଳାଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ରାସ୍ତା କଡ଼ରେ ଫିଙ୍ଗି ଦେଇ ପଳାଇଛନ୍ତି ଦୁର୍ବୃତ୍ତ । ମହିଳାଙ୍କ କ୍ଷତାକ୍ତ ମୃତଦେହଠାରୁ କିଛି ଦୂରରେ ଏକ ଶିଶୁପୁତ୍ରକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ଶିଶୁପୁତ୍ରକୁ ମାରିବାକୁ ଉଦ୍ୟମ କରାଯାଇଥିଲେ ହେଁ ସେ ବଞ୍ଚିଯାଇଥିବା ଅନୁମାନ କରାଯାଉଛି । ତାକୁ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ମହାକାଳପଡ଼ା ବ୍ଲକ୍ର ଜମ୍ବୁ-କଣ୍ଡରାପାଟିଆ ରାସ୍ତାରେ ଏଭଳି ଜଘନ୍ୟ ଘଟଣା ଘଟିଛି । ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ଓ ବରିÂ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ଛାନ୍ଭିନ୍ ଚଳାଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଜମ୍ବୁ-କଣ୍ଡରାପାଟିଆ ରାସ୍ତା କଡ଼ରେ ଆଜି ସକାଳୁ ଜଣେ ଅଚିହ୍ନା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖାଯାଇଥିଲା । ମୃତଦେହ ପାଖରୁ କିଛି ଦୂରରେ ଜଣେ ୪ ବର୍ଷର ଶିଶୁ ମୁମୂର୍ଷୁ ଅବସ୍ଥାରେ ଛଟପଟ ହେଉଥିଲା । ପୁଲିସ ୧୦୮ ଆମ୍ବୁଲାନ୍ସରେ ଗୁରୁତର ଆହତ ଶିଶୁପୁତ୍ରକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲା । ମହିଳାଙ୍କ ତଣ୍ଟିକୁ କେହି ଧାରୁଆ ଅସ୍ତ୍ରରେ କାଟି ଦେବା ପରେ ଗାମୁଛା ଗୁଡ଼ାଇ ଦିଆଯାଇଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି । ମହିଳାଙ୍କ ଘର କେଉଁଠି ଓ କିଏ ତାଙ୍କୁ ଏଠାକୁ ଆଣିଲା ସେନେଇ ପୁଲିସ ତଦନ୍ତ ଚଳାଇଛି । ଜମ୍ବୁରୁ କଣ୍ଡରାପାଟିଆକୁ ସଂଯୋଗ କରୁଥିବା ଏହି ରାସ୍ତା ଜନଶୂନ୍ୟ ଥାଏ । ପାଖରେ ଘଞ୍ଚ ଜଙ୍ଗଲ ଓ କେତୋଟି ଚିଙ୍ଗୁଡ଼ି ଘେରି ଗଢ଼ିଉଠିଛି । ପ୍ରାୟ ୨ କିଲୋମିଟର ବ୍ୟାପୀ ଏହି ରାସ୍ତା ନିର୍ଜନ । ଯାହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି ଓ ଏହା ସୁପରିକଳ୍ପିତ ବୋଲି ପୁଲିସ ସନେ୍ଦହ କରୁଛି । ପିଲାଟିର ମୁଣ୍ଡରେ ଜୋର୍ ଆଘାତ ଲାଗିଥିବା ଅନୁମାନ କରାଯାଉଛି ।
ଜମ୍ବୁର କିଛି ଲୋକଙ୍କ କହିବା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢେ଼ ୧୨ଟାରେ ଗୋଟିଏ ବାଇକ୍ରେ ଜଣେ ବ୍ୟକ୍ତି ସଂପୃକ୍ତ ମହିଳା ଓ ଉକ୍ତ ଶିଶୁଙ୍କୁ ନେଇ ଯାଉଥିବା ବେଳେ ଅନ୍ୟ ବାଇକ୍ରେ ଦୁଇ ଜଣ ଯାଉଥଲେ । ଏଣୁ ରାତି ସାଢେ଼ ୧୨ଟା ପରେ ଏସବୁ କାଣ୍ଡ ଘଟିଥାଇପାରେ ବୋଲି ସେମାନେ ଆକଳନ କରୁଛନ୍ତି । ଘଟଣା ପଛରେ ପରକୀୟା ପ୍ରୀତି କାରଣ ଥାଇପାରେ ବୋଲି ପୁଲିସ ପ୍ରାରମ୍ଭିକ ତଦନ୍ତରୁ ଅନୁମାନ କରିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons