ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରତିÂା ଦିବସରେ ବିଜେଡି ସୁପ୍ରିମୋ ଖେଳିଛନ୍ତି ମହିଳା କାର୍ଡ । ପୁରୁଣା ଦାବିକୁ ପୁଣି ଦୋହରାଇଛନ୍ତି । ପେଡ଼ିରୁ କାଢ଼ିଛନ୍ତି ମହିଳାଙ୍କ ସ୍ଥାନ ସଂରକ୍ଷଣ ପ୍ରସଙ୍ଗ । ଏକ ସଶକ୍ତ ମହିଳା ସମାଜ ହିଁ ସଶକ୍ତ ଓଡ଼ିଶା ଓ ସଶକ୍ତ ଭାରତ ଗଢ଼ିପାରିବ । ତେଣୁ ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଜେଡି ଆନେ୍ଦାଳନକୁ ଆହୁରି ତେଜିବ । ମହିଳାଙ୍କୁ ହକ୍ ମିଳିବା ଯାଏ ରାଜ୍ୟ ଓ ଜାତୀୟସ୍ତରରେ ଦଳ ଲଢ଼ିବ । ଏଥିରେ ପଛକୁ ହଟିବାର ନାହିଁ, କି ସାଲିସ୍ କରିବାର ନାହିଁ । ବିଜେଡି ପ୍ରତିÂା ଦିବସରେ ଏମିତି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଜାତୀୟ ଦଳକୁ ଏ ପ୍ରସଙ୍ଗରେ ନବୀନ ସମାଲୋଚନା ମଧ୍ୟ କରି କହିଛନ୍ତି, ଭୋଟ ଆସିଲେ ନିର୍ବାଚନ ଇସ୍ତାହାରରେ ମହିଳାଙ୍କ ପାଇଁ ବେଶ ବଡ଼ ବଡ଼ କଥା କହନ୍ତି । ମାତ୍ର ଭୋଟ ସରିଗଲେ ପୂର୍ବ କଥା ଓ ପ୍ରତିଶ୍ରୁତିକୁ ଜାତୀୟ ଦଳ ଭୁଲି ଯାଉଛନ୍ତି । ବିଜୁ ଜନତା ଦଳ ଆଞ୍ଚଳିକ ଦଳ ହେଲେ ମଧ୍ୟ ଏ ନେଇ ଆମ ସ୍ୱରକୁ ଆମେ ଆହୁରି ଜୋରଦାର କରିବୁ । ଆମ ଜନସଂଖ୍ୟାର ଅଧା ମହିଳାମାନଙ୍କୁ ଦେଶର ରାଜନୈତିକ ଢାଞ୍ଚାରେ ତାଙ୍କ ହକ୍ ଦେବୁ । ଶାସନ ବ୍ୟବସ୍ଥାରେ ସେମାନେ ମତ ଦେବେ ଓ ନିଷ୍ପତ୍ତି ମଧ୍ୟ ନେବେ । ଆଜି ପ୍ରତିÂା ଦିବସରେ ମହିଳାଙ୍କ ସ୍ଥାନ ସଂରକ୍ଷଣ ପ୍ରସଙ୍ଗକୁ ପୁଣି ଉଠାଇ ନବୀନ ରାଜନୈତିକ ଚର୍ଚ୍ଚାକୁ ଆହୁରି ତେଜୀୟାନ୍ କରିଛନ୍ତି । ନୂଆବର୍ଷରେ ରାଜ୍ୟ ରାଜନୀତିରେ ଯେ ନୂଆ ରୂପ ନେବ ତାହା ଏବେଠୁ ଜଳଜଳ ।

ଯୁବ ବିଜେଡି, ରାଜ୍ୟ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦ ବୈଠକ ପରେ ଆଜିର ପ୍ରତିÂା ଦିବସରେ ପୁଣି ଦଳକୁ ବଳୁଆ କରିବାକୁ ସୁପ୍ରିମୋ ମାର୍ଗଦର୍ଶନ ଦେଇଛନ୍ତି । ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ଧ ସ୍ଥାନ ସଂରକ୍ଷଣ ଦେବାକୁ ଗତ ଦୁଇ ବର୍ଷ ତଳେ ବିଜେଡି ରାଜନୈତିକ ଅଭିଯାନ ଚଲାଇଥିଲା । ଏବେ ପୁଣି ଏହି ପ୍ରସଙ୍ଗକୁ ଆଗକୁ ଆଣିଛନ୍ତି ସୁପ୍ରିମୋ । ଆଗକୁ ମଧ୍ୟ ଏହାକୁ ଆନେ୍ଦାଳନର ରୂପ ଦେବାକୁ ଆହ୍ୱାନ ଦେଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ରଖିଥିଲେ । ଏ ପ୍ରସଙ୍ଗରେ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଉଦେ୍ଧଶ୍ୟରେ କଟାକ୍ଷ କରିଥିଲେ । ମହିଳାଙ୍କ ସ୍ଥାନ ସଂରକ୍ଷଣକୁ ବିଜେଡି ଆଗାମୀ ଦିନରେ ପ୍ରସଙ୍ଗ କରିବ ବୋଲି ନବୀନ ସୂଚାଇ ଦେଇଛନ୍ତି । ସେ କହିଛନ୍ତି, ମା’ ମାନେ ହେଉଛନ୍ତି ସମାଜ ଚକର ଅଖ । ସେମାନଙ୍କ ବିନା ପ୍ରଗତିର ରଥ ଆଗକୁ ବଢ଼ି ପାରିବନି । ଲୋକସଭା, ରାଜ୍ୟସଭା ଓ ବିଧାନସଭାର ସବୁ ଅଧିବେଶନରେ ବିଜେଡି ମହିଳା ସଂରକ୍ଷଣ ବିଷୟ ଜାତୀୟ ଦଳକୁ ମନେ ପକାଇଦେବ । ପ୍ରତି ପ୍ଲାଟଫର୍ମରେ ଆମେ ଏ ବିଷୟ ଉଠାଇବୁ ବୋଲି ନବୀନ ଦୃଢେ଼ାକ୍ତି କରିଛନ୍ତି । ବିଜେଡି ଭାରତର ସବୁ ମହିଳାଙ୍କ ପାଖରେ ଏହି ଆହ୍ୱାନ ପହଞ୍ଚାଇବ । ଗାଁ ଗାଁରେ ଘରେ ଘରେ ମା’ମାନଙ୍କୁ ସଚେତନ କରାଇବୁ । ମହିଳାଙ୍କ ହକ୍ ପାଇଁ ଆମେ ଦୁର୍ବାର ଆନେ୍ଦାଳନ କରିବୁ ।
ମହିଳା ସଶକ୍ତିକରଣ ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ନବୀନ ତାଙ୍କ ବକ୍ତବ୍ୟ ଆରମ୍ଭରୁ କହିଥିଲେ । ଦଳର ନେତା ଓ କର୍ମୀମାନଙ୍କ ଉଦେ୍ଧଶ୍ୟରେ ସେ କହିଲେ, ମହିଳା ସଶକ୍ତ ହେଲେ ଦେଶ ସଶକ୍ତ ହେବ । ନାରୀ ସଶକ୍ତିକରଣ ବିନା କୌଣସି ପରିବାର, ସମାଜ, ରାଜ୍ୟ ଓ ଦେଶ ଆଗକୁ ଯାଇପାରିବନି । ବିଶ୍ୱର ଆଗୁଆ ଦେଶ ସହ ପ୍ରତିଯୋଗିତା କରିବାକୁ ହେଲେ ଆମକୁ ଆମ ମା’ମାନଙ୍କୁ ସେମାନଙ୍କ ହକ୍ ଦେବାକୁ ହେବ । ଏ ଦିଗରେ ବିଜେଡି ସବୁବେଳେ ଆଗରେ ଅଛି ଓ ରହିବ ବୋଲି ସେ କହିଛନ୍ତି ।
ବିଜୁଙ୍କ କଥା ମନେ ପକାଇ ସେ କହିଲେ, ବିଜୁ ବାବୁ କହୁଥିଲେ ଯଦି ମହିଳାମାନେ ସେମାନଙ୍କ ଘର ଦକ୍ଷତାର ସହ ଚଲାଇ ପାରୁଛନ୍ତି ତା ହେଲେ ସେମାନେ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ମଧ୍ୟ ଆରାମରେ ଚଲାଇ ପାରିବେ । ୧୯୯୨ରେ ବିଜୁବାବୁ ମହିଳାମାନଙ୍କ ପାଇଁ ପଞ୍ଚାୟତ, ପୌରାଞ୍ଚଳ ଓ ସରକାରୀ ଚାକିରୀରେ ୩୩ଧ ସଂରକ୍ଷଣ କରି ସମଗ୍ର ଦେଶରେ ଇତିହାସ ସୃଷ୍ଟି କରିଥିଲେ । ବିଜୁଙ୍କ ଆଦର୍ଶରେ ଚାଲିଥିବା ଆମ ସରକାର ପଞ୍ଚାୟତ ଓ ପୌରାଞ୍ଚଳରେ ମହିଳାଙ୍କ ସଂରକ୍ଷଣକୁ ୫୦ଧକୁ ବଢ଼ାଇଛି । ଏକମାତ୍ର ଦଳ ଭାବେ ବିଜେଡି ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ଧ ଆସନ ସଂରକ୍ଷଣ ଦେବାକୁ ଲଢେ଼ଇ କରୁଛି । କଥା ନୁହେଁ ଆମେ କାମରେ ବିଶ୍ୱାସ କରୁ । ଗତ ୨୦୧୯ ନିର୍ବାଚନରେ ଆମେ ୩୩ଧ ମହିଳାଙ୍କୁ ଟିକେଟ୍ ଦେଇଥିଲୁ ।
ବିଜେଡି ସୁପ୍ରିମୋ ପୁଣି କହିଥିଲେ, ସମାଜରେ ନାରୀର ଗୁରୁତ୍ୱ କେତେ ତାହା ଆମ ଲକ୍ଷ୍ମୀ ପୁରାଣ ହିଁ କହିଥାଏ । ନିଜେ ମହାପ୍ରଭୁ ମଧ୍ୟ ଏହା ସ୍ୱୀକାର କରିଛନ୍ତି । ଓଡ଼ିଶାରେ ୮୦ଲକ୍ଷ ମହିଳା ମିଶନ ଶକ୍ତି ଆନେ୍ଦାଳନରେ ସାମିଲ ହେଲେଣି । ସେମାନେ ବିଭିନ୍ନ କ୍ଷେତ୍ରରେ ବେଶ ଦକ୍ଷତାର ସହ ଦାୟିତ୍ୱ ତୁଲାଉଛନ୍ତି ।
ବିଜୁବାବୁଙ୍କ ଆଦର୍ଶ, ସାଢେ଼ ୪ କୋଟି ଓଡ଼ିଆଙ୍କ ବିଶ୍ୱାସ ଏବଂ ଲକ୍ଷ ଲକ୍ଷ କର୍ମୀଙ୍କ ପରିଶ୍ରମ ଯୋଗୁ ବିଜେଡି ଆଜି ଏକ ସାମାଜିକ ଆନେ୍ଦାଳନରେ ପରିଣତ ହୋଇଛି । ଆମର ମା’ମାନେ ଏହି ସାମାଜିକ ଆନେ୍ଦାଳନର ଆତ୍ମା । ଓଡ଼ିଶା ପାଇଁ ଏବଂ ସାମାଜିକ ଆନେ୍ଦାଳନରେ ସାମିଲ ହେବାକୁ ମା’ ମାନେ ବହୁ ସଂଖ୍ୟାରେ ସାମିଲ ହୁଅନ୍ତୁ ବୋଲି ନବୀନ ଆହ୍ୱାନ ଦେଇଛନ୍ତି ।
ବିଜେଡି ଭୁବନେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ ରାଉତ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରତିÂା କାର୍ଯ୍ୟକ୍ରମରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟାଳୟ ସମ୍ପାଦକ ସଞ୍ଜୟ ଦାଶବର୍ମା,ଗଣମାଧ୍ୟମ ବ୍ୟାପାର ସମ୍ପାଦକ ମାନସ ମଙ୍ଗରାଜ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ‘ଓଡ଼ିଶା ମୋ ପରିବାର’ ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ଓ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.