କୋରାପୁଟ,(ବି.ବି.ନୁ୍ୟଜ୍): ଜଣେ ମହିଳାଙ୍କ ପେଟରୁ ବାହାରିଛି ୩୦ କେଜି ଟୁ୍ୟମର । ବିରଳ ଅସ୍ତେ୍ରାପଚାର କରି ସଫଳ ହୋଇଛନ୍ତି ଏକ ଡାକ୍ତରୀ ଦଳ । ଏଥିରେ ରହିଥିଲେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜର ଯୁବ ଡାକ୍ତର ଜଗଦୀଶ ଚନ୍ଦ୍ର ବେହେରା । ତାଙ୍କର ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳଡ଼ିହି ଗ୍ରାମର ଫୁଲମତୀ ଗଣ୍ଡ(୨୬) ଗତ ୧୦ ବର୍ଷ ହେଲା ଏହି ଟୁ୍ୟମର ଯୋଗୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଅସ୍ୱାଭାବିକ ଭାବେ ବଢିଚାଲିଥିଲା ଟୁ୍ୟମରର ଆକାର । ଚିକିତ୍ସା ପାଇଁ ଗରିବ ପରିବାର ଯେତିକି ପାରିଥିଲେ ଡାକ୍ତରଖାନା ଦେଇ ଚିକିତ୍ସା କରାଇଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ ଗତ ସେପ୍ଟେମ୍ବର ୧୪ ତାରିଖରେ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଫୁଲମତୀଙ୍କୁ ଭର୍ତ୍ତି କରିଥିଲେ । ବିଭିନ୍ନ ପରୀକ୍ଷା ପରେ ସେହିମାସ ୨୨ ତାରିଖରେ ଫୁଲମତୀ ଘରକୁ ଫେରିଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁÂାନର କର୍ମକର୍ତ୍ତା ଫୁଲମତୀଙ୍କ ସହାୟତା ପାଇଁ ଆଗକୁ ଆସିଥିଲେ । ଖୋର୍ଦ୍ଧା ଜିଲ୍ଲା କୁହୁଡ଼ିଠାରେ ଥିବା ସାଇସେବା ସଦନ ହସ୍ପିଟାଲ କର୍ତ୍ତୃପକ୍ଷ ଫୁଲମତୀଙ୍କ ଚିକିତ୍ସା ପାଇଁ ସମସ୍ତ ସହଯୋଗ କରିବାକୁ ଆଗ୍ରହ ଦେଖାଇଥିଲେ ।
ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଗତ ଅକ୍ଟୋବର ୨୨ ତାରିଖରେ ଫୁଲମତୀଙ୍କୁ ନିଆଯାଇଥିଲା କୁହୁଡ଼ି ଅଞ୍ଚଳକୁ । ମହିଳାଙ୍କ ପରିବାର ସହିତ ସେଠାକୁ ଯାଇଥିଲେ ପ୍ରସୂତି ଓ ମହିଳା ରୋଗ ବିଶେଷଜ୍ଞ ଡାକ୍ତର ଜଗଦୀଶ ଚନ୍ଦ୍ର ବେହରା । ତାଙ୍କ ନେତୃତ୍ୱରେ କୁହୁଡିସ୍ଥିତ ସାଇସେବା ସଦନରେ ଗତ ୨୫ ତାରିଖରେ ମହିଳାଙ୍କ ପେଟରେ ଅସ୍ତେ୍ରାପଚାର ସଫଳ ହୋଇଥିଲା । ମହିଳାଙ୍କ ପେଟରୁ ବାହାରିଥିଲା ୩୦ କେଜିର ବିଶାଳ ଟୁ୍ୟମର । ଡାକ୍ତର ଜଗଦୀଶଙ୍କ ନେତୃତ୍ୱରେ ଡ଼ାକ୍ତର ଭୀଷ୍ମଜିତ ଛତ୍ରିଆ ଓ ଡାକ୍ତର ଚନ୍ଦ୍ରଶେଖର ବେହେରା ପ୍ରମୁଖ ଏହି ଅସ୍ତେ୍ରାପଚାରରେ ସାମିଲ ହୋଇଥିଲେ । ଏମ୍କେସିଜି ଅବସରପ୍ରାପ୍ତ ସୁପରିଣ୍ଟେଣ୍ଡେଣ୍ଟ ଏ. କେ ବେହେରା, କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସର୍ଜରୀ ବିଭାଗ ଡାକ୍ତର ଅଭିଷେକ ପାତ୍ର, ଡାକ୍ତର ଗୋପାଳକୃଷ୍ଣ ନାୟକ ପ୍ରମୁଖ ଅନଲାଇନ୍ରେ ଯୁବଡାକ୍ତର ଜଗଦୀଶଙ୍କୁ ଗାଇଡ଼ କରିଥିଲେ । ଡାକ୍ତରୀ ଦଳ ଏବଂ କୁହୁଡ଼ି ସାଇସେବା ସଦନ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ଉଦ୍ୟମ ଯୋଗୁ ଗରିବ ଫୁଲମତୀ ଏକ ନୂଆ ଜୀବନ ପାଇଲେ ।
Comments are closed, but trackbacks and pingbacks are open.