ତେଲକୋଇ,(ବି.ବି.ନୁ୍ୟଜ୍): ମହିଳାଙ୍କ ପ୍ରଥମ ସବ୍ାମୀର ତୀର ମାଡ଼ରେ ଦ୍ୱିତୀୟ ସ୍ୱାମୀର ମୃତୁ୍ୟ ଘଟିଛି । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗାଁରେ । ଅଭିଯୁକ୍ତ ନାଁ ଶଙ୍କରା ମୁଣ୍ଡା । ସୂଚନା ଅନୁସାରେ, ଲକ୍ଷ୍ମୀନାରାୟଣପୁର ଗାଁର ଶଙ୍କରା ମୁଣ୍ଡାର ସ୍ତ୍ରୀଙ୍କର ସେହି ଗାଁର ଜଣେ ଯୁବକଙ୍କ ସହିତ ସଂପର୍କ ଗଢ଼ି ଉଠିଥିଲା । ୧୫ ଦିନ ତଳେ ସେ ସେହି ଯୁବକଙ୍କ ଘରକୁ ପଳାଇଥିଲେ । ଏହାପରେ ଗାଁରେ ମୁଣ୍ଡା ସମାଜ ଏକ ବୈଠକ ବସିଥିଲା । ଏଥିରେ ଦୁହିଁଙ୍କୁ ବାହା କରି ଦିଆଯାଇଥିଲା । ଏହା ପରେ ଦୁହେଁ ସ୍ୱାମୀ-ସ୍ତ୍ରୀ ହୋଇ ଏକାଠି ରହିଥିଲେ । ଏହି ଘଟଣାକୁ ନେଇ ସ୍ତ୍ରୀର ଦ୍ୱିତୀୟ ସ୍ୱାମୀଙ୍କ ଉପରେ ଶଙ୍କରାଙ୍କ ରାଗ ଥିଲା ଉକ୍ତ ଯୁବକ ଜଣଙ୍କ ଶଙ୍କରାର ଭଣଜାଙ୍କ ସହିତ କାମ କରୁଥିଲେ । ତା’ ଭଣଜା ଟ୍ରାକ୍ଟର ଚଳାନ୍ତି ସ ଉକ୍ତ ଯୁବକ ତାଭ୍କ ସହିତ ଟ୍ରାକ୍ଟରରେ ଯାଇ ବିଭିନ୍ନ କାମ କରୁଥିଲେ । ଶଙ୍କରାଙ୍କ ଘରେ ହିଁ ତାଙ୍କ ଭଣଜା ରହନ୍ତି । ଗତକାଲି ସନ୍ଧ୍ୟାରେ ଯେତେବେଳେ ଭଣଜା ସହିତ ଉକ୍ତ ଯୁବକ ଟ୍ରାକ୍ଟରରେ ଆସି ତାଙ୍କ ଘରେ ପହଞ୍ଚିଲେ ଶଙ୍କରା ରାଗି ଯାଇଥିଲେ । ସେ ଉକ୍ତ ଯୁବକଙ୍କ ଉପରକୁ ଧନୁତୀରରେ ଆକ୍ରମଣ କରିଥିଲା । ତୀରଟି ତାଙ୍କ ଛାତିରେ ଗଳି ଯାଇଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । ପୋଲିସ ଅଭିଯୁକ୍ତ ଶଙ୍କରାକୁ ଗିରଫ କରିଛି ।
Comments are closed, but trackbacks and pingbacks are open.