
କେନ୍ଦ୍ରାପଡ଼,(ବି.ବି.ନୁ୍ୟଜ): ମିସନ ଶକ୍ତିର ଚେହେରା ବଦଳିଛି । ମିସନ ଶକ୍ତିକୁ ଏକ ନୂତନ ବିଭାଗରେ ପରିଣତ କରାଯାଇଛି । ମହିଳାମାନଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମକୁ ସୁସଂଗଠିତ ଭାବରେ କାର୍ଯ୍ୟକାରୀ କରାଯିବା ସହ ମିସନ ଶକ୍ତି ବିଭାଗ ମହିଳାଙ୍କ ସ୍ୱୟଂସମ୍ପୂର୍ଣ୍ଣତା ଓ ବିକାଶ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ମିସନ ଶକ୍ତି ନିଦେ୍ର୍ଧଶିକା ସୁଜାତା କାର୍ତ୍ତିକେୟନ । ଶ୍ରୀମତୀ କାର୍ତ୍ତିକେୟନ ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ମିଶନ ଶକ୍ତିର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହରେ ଅନୁÂିତ ମିସନ ଶକ୍ତିର ସମୀକ୍ଷା ବୈଠକରେ କେନ୍ଦ୍ରାପଡ଼ା ସହରର ନୂଆ ବସ୍ଷ୍ଟାଣ୍ଡ ପରିସରରେ ଖୁବ୍ଶୀଘ୍ର ଏକ ମିସନ ଶକ୍ତି ବଜାରର ଶୁଭାରମ୍ଭ କରାଯିବ ବୋଲି ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି । ଜିଲ୍ଲାରେ ମିସନ ଶକ୍ତି କେମିତି ଅଧିକ ପ୍ରଭାବୀ ହୋଇପାରିବ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ସେ କହିଛନ୍ତି, ଆଗାମୀ ଦିନରେ ମହିଳା ସ୍ୱୟଂ ସହାୟିକା ଗୋÂୀଗୁଡ଼ିକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ସେମାନଙ୍କ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରାଯିବ । ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ରେ ୫୦ଲକ୍ଷ ଟଙ୍କାର ଓ ପ୍ରତିପଂଚାୟତ ଓ ପ୍ରତି ପୌରସଂସ୍ଥାର ପ୍ରତ୍ୟେକ ୱାର୍ଡରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମିସନ ଶକ୍ତି ଗୃହ ନିର୍ମାଣ କରାଯିବ । ସେହି ଗୃହଗୁଡ଼ିକରେ ସ୍ୱୟଂ ସହାୟିକା ଗୋÂୀଗୁଡ଼ିକ ବୈଠକ କରିବା ସହ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟର ବିକ୍ରୟ କରିପାରିବେ । ସେହି ଅର୍ଥରୁ ମହାସଂଘ ମାଧ୍ୟମରେ ଋଣ ନେଇ ମହିଳା ସ୍ୱୟଂ ସହାୟିକା ଗୋÂୀଗୁଡିକ ବିଭିନ୍ନ ବ୍ୟବସାୟ କରି ସେମାନଙ୍କ ଆର୍ଥିକ ବିକାଶ ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି ।


Comments are closed, but trackbacks and pingbacks are open.