ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍, ଭିଡିଓ ଭାଇରାଲ

Get real time updates directly on you device, subscribe now.

ବ୍ରହ୍ମପୁର : ଦିନ ଦ୍ୱିପ୍ରହରେ ଲୁଟ୍ । ମହିଳାଙ୍କ ବେକରୁ ଝିଙ୍କିନେଲେ ସୁନା ଚେନ୍ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସହରର ଫାଷ୍ଟ୍ ଗେଟ୍ ନିକଟରେ । ବାଇକରେ ୨ ଜଣ ଯୁବକ ଆସି ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଭିଡିନେଉଛନ୍ତି । ଏହି ଦୃଶ୍ୟର ସିସିଟିଭି ଫୁଟେଜ୍ ଏବେ ଭାଇରାଲ ହେବାରେ ଲାଗିଛି ।
ଘଟଣାଟି କିଛି ଏମିତି ଥିଲା । ସହରର ଫାଷ୍ଟ୍ ଗେଟ୍ ନିକଟରେ ଜଣେ ଦମ୍ପତ୍ତି ଏକ ଅଟୋ ରିକ୍ସାରୁ ଓହ୍ଲାଉଛନ୍ତି । ଓହ୍ଲାଇ ସେମାନେ ଚାଲି ଚାଲି ରାସ୍ତା ପାରି ହେବାକୁ ଯାଉଛନ୍ତି । ଏହି ସମୟରେ ଅନ୍ୟପଟୁ ଏକ ବାଇକରେ ୨ ଯୁବକ ଆସୁଛନ୍ତି । ମହିଳାଙ୍କ ପାଖ ଦେଇ ସେମାନେ ଯାଉଛନ୍ତି । ବାଇକରେ ପଛ ସିଟରେ ବସିଥିବା ଯୁବକ ଜଣକ ମହିଳାଙ୍କ ସୁନା ଚେନ୍ ଭିଡିନେଉଛନ୍ତି ଏବଂ ଚାଳକ ଜଣକ ଜୋରରେ ଚଳାଇ ସେଠାରୁ ଖସି ଯାଉଛନ୍ତି । ଏହି ଘଟଣାରେ ମହିଳା ଜଣକ ତଳେ ପଡିଯାଇ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି । ତେବେ ଅଭିଯୋଗ ପରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । କିନ୍ତୁ ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons