ମହିଳା କମାଣ୍ଡର ସହ ୨ ନିହତ

Get real time updates directly on you device, subscribe now.

ମାଲକାନଗିରି: ମାଲକାନଗିରି ଜିଲ୍ଲା ସାମାନ୍ତ ଛତିଶଗଡ଼ କୋଣ୍ଡାଗାଁ ଜିଲ୍ଲା କେଶଖାଲ ଜଙ୍ଗଲରେ ପୁଣି ଦୁଇ ମାଓବାଦୀ ନିହତ ହୋଇଛନ୍ତି । ଏଠାରେ ଯବାନ ଓ ମାଓବାଦୀଙ୍କର ଗୁଳିବିନିମୟ ଘଟି ଜଣେ କମାଣ୍ଡର ମହିଳା ମାଓବାଦୀ ଏବଂ ଜଣେ ପୁରୁଷ ମାଓବାଦୀ ନିହତ ହୋଇଚନ୍ତି । ମାଓକ୍ୟାମ୍ପ୍ରୁ ଗୋଳାବାରୁଦ ବନ୍ଧୁକ ଜବତ ହୋଇଛି । ଆଜି ସକାଳେ କୋଣ୍ଡାଗାଁ ଜିଲ୍ଲା କୋଶଖାଲ ଘଞ୍ଚ ଜଙ୍ଗଲରେ ମାଓକ୍ୟାମ୍ପ୍ ଚାଲିଥିବା ଖବର ମିଳିଥିଲା । ଡିଆର୍ଜି ଯବାନମାନେ କମ୍ବିଂ ଅପରେସନରେ ଯାଇଥିଲେ । ଯବାନମାନଙ୍କୁ ଦେଖି ମାଓବାଦୀ ମାନେ ଗୁଳି ଚାଳନା କରିଥିଲେ । ଏହାର କଡ଼ା ପାଲଟା ଜବାବ ଦେଇଥିଲେ ଯବାନ । ଉଭୟଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଯବାନଙ୍କୁ ମୁକାବିଲା ନ କରିପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାଇଥିଲେ । ସର୍ଚ୍ଚ ଅପରେସନ କରିବାରୁ ସେହି ଜଙ୍ଗଲରୁ ଜଣେ ମହିଳା କମାଣ୍ଡର କ୍ୟାଡର ମାଓବାଦୀ ଓ ଜଣେ ପୁରୁଷ ମାଓବାଦୀଙ୍କ ଶବ ମିଳିଥିଲା । ଏହାସହ ବିପୁଳ ପରିମାଣର ଗୋଳାବାରୁଦ, ୪ଟି ଏସ୍ଏଲ୍ଆର୍ ବନ୍ଧୁକ, ମାଓସାମଗ୍ରୀ ଆଦି ଜବତ କରାଯାଇଛି । ନିହତ ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ । ପୁଲିସ ଆଖପାଖ ଗ୍ରାମର ଲୋକମାନଙ୍କୁ ଡାକି ତାଙ୍କର ପରିଚୟ ଖୋଜୁଛି ।

ରିପୋର୍ଟ: ସତ୍ୟ ପ୍ରକାଶ ସାମଲ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons