‘ବେବି’, ‘ଟୋଟାଲ୍ ଧମାଲ୍’ ଭଳି ଫିଲ୍ମରେ ଅଭିନୟ କରିଥିବା ନିହାରିକା ରାଏଜାଦା ନିଜର ନୂଆ ପ୍ରୋଜେକ୍ଟକୁ ନେଇ ଏବେ ଖବରରେ ଅଛନ୍ତି । ଏକ ମହିଳା କୈନ୍ଦ୍ରିକ ଫିଲ୍ମରେ ସେ ଲିଡ୍ ଲେଡି ଭୂମିକା ନିର୍ବାହ କରିବେ । ଫିଲ୍ମଟି ମହିଳା ଓ ସେମାନଙ୍କ ସ୍ୱାଧୀନତା ଉପରେ ଆଧାରିତ । ମହିଳା-କୈନ୍ଦ୍ରିକ ଫିଲ୍ମ ହେଲେ ବି ଏଥିରେ ହାଲ୍କା ଫୁଲ୍କା କମେଡି ରହିଛି । ଆଜିକାଲି ମହିଳାମାନେ କିପରି ନିଜକୁ ଉପସ୍ଥାପନ କରୁଛନ୍ତି ଏବଂ ସମାଜରେ ନିଜର ପରିଚୟ ନିଜେ ସୃଷ୍ଟି କରୁଛନ୍ତି, ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ବୋଲି ନିହାରିକା ପ୍ରୋଜେକ୍ଟ ବିଷୟରେ କହିଛନ୍ତି । ତାଙ୍କ ସହ ନୀଳିମା ଆଜିମ୍ ମଧ୍ୟ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ମହୁରତ୍କୁ ଯିବା ସମୟରେ ନିହାରିକା ମିଡିଆ ସହ ଫିଲ୍ମ ବିଷୟରେ ଆଲୋଚନା କରିଛନ୍ତି । ହାରିୟାଣାର କର୍ନାଲଠାରେ ଖୁବ୍ଶୀଘ୍ର ସୁଟିଂ ଆରମ୍ଭ ହେବ । ‘ୱାରିଅର୍ ସାବିତ୍ରୀ’ ପରେ ଏଇଟି ନିହାରିକାଙ୍କର ପ୍ରଥମ ଲିଡ୍ ରୋଲ୍ । ରୋହିତ ଶେଟ୍ଟୀଙ୍କ ଅପ୍କମିଙ୍ଗ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ମଧ୍ୟ ତାଙ୍କୁ ଦେଖିବେ ସିନେପ୍ରେମୀ । ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍ ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ନିହାରିକା ଜଣେ ଏଟିଏସ୍ ଅଫିସର ରୋଲ୍ ପ୍ଲେ କରିଛନ୍ତି । ସେଥିପାଇଁ କଡ଼ା ପରିଶ୍ରମ କରୁଛନ୍ତି । ରୋହିତଙ୍କୁ ସେ ବଲିଉଡ୍ର ଶ୍ରେଷ୍ଠ ନିର୍ଦ୍ଦେଶକ ବୋଲି କହିଛନ୍ତି । କରଣ ଜୋହର ଓ ରୋହିତ ଶେଟ୍ଟୀଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମଟି ଆସନ୍ତା ମାର୍ଚ୍ଚ ୨୭ରେ ମୁକ୍ତିଲାଭ କରିବ ।
Comments are closed, but trackbacks and pingbacks are open.