ମହିଳା ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ସରପଞ୍ଚ ଗିରଫ

Get real time updates directly on you device, subscribe now.

ନିଶ୍ଚିନ୍ତକୋଇଲି: ମହିଳା ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ସରପଞ୍ଚ ଗିରଫ। ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ଏବଂ ସ୍ବାସ୍ଥ୍ୟସେବା ସେବା ସହ ଜଡିତ କୌଣସି କର୍ମଚାରୀଙ୍କୁ ଦୁର୍ବ୍ୟବହାର କିମ୍ବା ଆକ୍ରମଣ କଲେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାର ୨୪ ଘଣ୍ଟା ନ ପୁରୁଣୁରୁ ଜଣେ ମହିଳା ଡାକ୍ତରଙ୍କୁ ଅଶାଳୀନ ଗାଳିଗୁଲଜ ଓ ର୍ଦୁବ୍ୟବହାର କରି ସରପଞ୍ଚ ଗିରଫ ହୋଇଛନ୍ତି। ମହିଳା ଡାକ୍ତର ଥାନାରେ ଅଭିଯୋଗ କରିବା ପରେ ସରପଞ୍ଚଙ୍କୁ ଗିରଫ କରାଯାଇଛି। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
କଟକ ଜିଲ୍ଲା ନେମାଳ ଥାନା ନଗସପୁର ସରପଞ୍ଚ ସୁଧାଂଶୁ ଶେଖର ଭୂୟାଁ। ଗତକାଲି ନଗସପୁର ମହିଳା ସରକାରୀ ଡାକ୍ତର ଅଜନ୍ତା ମହାନ୍ତିଙ୍କୁ ମେଡିକାଲ ପରିସରରେ ଅଶାଳୀନ ବ୍ୟବହାର ସହ ଗାଳିଗୁଲଜ କରିଥିଲେ। ମହିଳା ଡାକ୍ତର ଜଣଙ୍କ ନେମାଳ ଥାନାରେ ଅଭିଯୋଗ କରିଥିଲେ। ଏହା ସହ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଥିଲେ। ଆଉ ଥାନା ଅଧିକାରୀ ୪୬/୨୦୨୦ ରେ ମାମଲା ରୁଜୁ କରି ସରପଞ୍ଚଙ୍କୁ କରି କୋର୍ଟ ଚାଲାଣ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons