ମହିଳା ପୁଲିସ ଅଧିକାରୀଙ୍କୁ ହତ୍ୟା କରି ଏସ୍ଆଇଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଶୁକ୍ରବାର ରାତିରେ ଗୁଳିକରି ହତ୍ୟା କରାଯାଇଛି । ତାଙ୍କ ନାମ ପ୍ରୀତି ଅହଲୱାଟ (୨୬) ଓ ସେ ପୂର୍ବ ଦିଲ୍ଲୀର ପତପରଗଞ୍ଜ ଶିଳ୍ପାଞ୍ଚଳରେ ପୁଲିସ ଏସ୍ଆଇ ଭାବେ କାର୍ଯ୍ୟରତ ଥିଲେ । ଶୁକ୍ରବାର ରାତି ପ୍ରାୟ ୯ଟା ୩୦ରେ ସେ ଡୁ୍ୟଟି ସାରି ମେଟ୍ରୋ ଷ୍ଟେସନରୁ ରୋହିଣୀ ଅଞ୍ଚଳରେ ଥିବା ନିଜ ଘରକୁ ଫେରୁଥିବା ବେଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ତାଙ୍କୁ ୩ ରାଉଣ୍ଡ ଗୁଳି କରାଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ପ୍ରୀତିଙ୍କର ମୃତୁ୍ୟ ଘଟିଛି । ପ୍ରୀତି ୨୦୧୮ ବ୍ୟାଚ୍ର ଅଫିସର ଥିଲେ । ତେବେ ପ୍ରୀତିଙ୍କର ଜଣେ ସାଥୀ ପୁଲିସ ଏସ୍ଆଇ ଦୀପାଂଶୁ ରାଠି ଏହି ହତ୍ୟା ଘଟାଇଥିବା ପୁଲିସ ତଦନ୍ତରୁ ଜଣାପଡିଛି । ଏକତରଫା ପ୍ରେମରୁ ଏଭଳି ଘଟିଥିବା ପୁଲିସ କହିଛି । ଏପରିକି ପ୍ରୀତିଙ୍କୁ ହତ୍ୟା କରିବା ପରେ ଦୀପାଂଶୁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତଦେହ ସୋନିପତ ନିକଟ ମୁରଥାଲ ଠାରେ କାର୍ ଭିତରୁ ଉଦ୍ଧାର କରାଯାଇଛି । କାର୍ର ଡୋର ଭିତର ପଟୁ ବନ୍ଦ ରହିଥିଲା ବେଳେ ହେଡ୍ଲାଇଟ ଜଳୁଥିଲା । ଦୀପାଂଶୁ ମଧ୍ୟ ୨୦୧୮ ବ୍ୟାଚ୍ର ଅଫିସର ଓ ସେ ରୋହିଣୀ ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । ସେ ପ୍ରୀତିଙ୍କୁ ଏକତରଫା ପ୍ରେମ କରୁଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ । ଏକଥା ମଧ୍ୟ ପ୍ରୀତିଙ୍କୁ ଜଣାଇଥିଲେ । ମାତ୍ର ପ୍ରୀତି ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଏଥିରେ କ୍ଷୁବ୍ଧ ହୋଇ ଦୀପାଂଶୁ ଏଭଳି କାଣ୍ଡ ଭିଆଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons