ମହିଳା ବିଡିଓ ଏବଂ ତାଙ୍କ ସହକର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

Get real time updates directly on you device, subscribe now.

ଯାଜପୁର: ମହିଳା ବିଡିଓ ଏବଂ ତାଙ୍କ ସହକର୍ମୀଙ୍କୁ ଜଣେ ମହିଳାଙ୍କ ଦୁର୍ବ୍ୟବହାର ଅଭିଯୋଗ। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ କାର୍ୟ୍ୟାଳୟ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଲକଡାଉନ୍ କଟକଣା ନେଇ ସ୍ଥାନୀୟ ବିଡିଓଙ୍କ ନେତୃତ୍ବରେ ଏକ ଟିମ୍ ଯାଞ୍ଚ ଚଳାଇଥିବା ବେଳେ ଜଣେ ମହିଳା ବିଡିଓ ଏବଂ ତାଙ୍କ ସହକର୍ମୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳଙ୍କ ଅନୁମତି କ୍ରମେ ବିଡିଓ ଏନେଇ ସମ୍ପୃକ୍ତ ମହିଳାଙ୍କ ନାମରେ ଲିଖିତ ଏତଲା ଦେବା ପରେ ମହିଳାଙ୍କୁ ଦାନଗଦୀ ଫାଣ୍ଡିରେ ଅଟକ ରଖି ଘଟଣାର ଅନୁସନ୍ଧାନ ଜାରି ରଖିଛି ପୋଲିସ୍।
ମହିଳାଙ୍କୁ ପୋଲିସର ହସ୍ତାନ୍ତର କରାଯାଇଥିବା ବେଳେ ଯାଜପୁର ରୋଡ୍ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦାରଖ କରୁଛନ୍ତି। ତେବେ ମହିଳା ଜଣଙ୍କ କୋଲକାତାର ହୋଇଥିବା ବେଳେ କଳିଙ୍ଗନଗର ସ୍ଥିତ ଏକ ଶିଳ୍ପ ସଂସ୍ଥାରେ କାର୍ୟ୍ୟ କରୁଥିବା ଜଣାପଡିଛି। ମହିଳା ଜଣକ ଏକ ସ୍କୁଟିରେ ଯାଉଥିବା ବେଳେ ବିଡିଓ ତାଙ୍କୁ ସ୍କୁଟି ରଖିବାକୁ କହିବାରୁ ସେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏବଂ ବିଡିଓଙ୍କ ଉପରକୁ ସ୍କୁଟି ଫିଙ୍ଗିଦେବା ସହ ତାଙ୍କ ମୁହଁରୁ ମାସ୍କ ଛଡାଇ ନେଇ ତାଙ୍କୁ ଗାଳିଗୁଲଜ କରିଥିଲେ। ଏଥିସହ ଅନ୍ୟଜଣେ କର୍ମଚାରୀଙ୍କ ମୋବାଇଲ ମଧ୍ୟ ଭାଙ୍ଗି ଦେଇଥିଲେ ସମ୍ପୃକ୍ତ ମହିଳା। ତେବେ ମହିଳା ଜଣକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons