ମହୁଲ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ପାପଡାହାଣ୍ଡି,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁରର କମର୍ଲା ସାହିରୁ ମଙ୍ଗଳବାର ୧୭୬୦ କେଜି ମହୁଲ ଜବତ ହୋଇଛି । ଏହି ମାମଲାରେ ରିଙ୍କୁ ଗୁପ୍ତା ନାମକ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଅବକାରୀ ଅଧୀକ୍ଷକ ସନ୍ତୋଷ ଧଳଙ୍କ ନିଦେ୍ର୍ଧଶରେ ଏହି ଚଢଉ କରାଯାଇଥିଲା । ନିରୀକ୍ଷକ ବିପ୍ରଚରଣ ମଣ୍ଡଳ ଏହାର ନେତୃତ୍ୱ ନେଇଥିଲେ । ରିଙ୍କୁ ନିଜ କ୍ୟାବିନ୍ରେ ଗୋଦାମ କରି ମହୁଲ ରଖିଥିବା ପୂର୍ବ ସୂଚନା ମିଳିଥିଲା । ୪୪ଟି ବସ୍ତାରେ ମହୁଲ ରହିଥିଲା । ପୁଲିସ ଚଢଉ କରି ଏହାକୁ ଜବତ କରିବା ସହ ଓଜନ କରିଥିଲା । ଯାହା ୧୭୬୦ କେଜି ହୋଇଥିଲା । ଚଢଉରେ ଅବକାରୀ ଅଧିକାରୀ କମ୍ବୁପାଣି ସିନ୍ଦୁର, ଏଏସଆଇ ଅମୀୟ ଖଞ୍ଜ, ବାଳକୃଷ୍ଣ ନାୟକ, ଗତୁଲ ନାୟକ, ସଦାଶିବ ଭତରା, ରଞ୍ଜୀ ଜାନୀ, ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons