ମହେନ୍ଦ୍ରତନୟାରେ ଲୀନ ହେଲା ମହାରାଜାଙ୍କ ଚିତାଭସ୍ମ

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଶୁକ୍ରବାର ଭୋର ସମୟରେ ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ ହୋଇଥିଲା । ହିନ୍ଦୁଶାସ୍ତ୍ର ଅନୁସାରେ ରବିବାର ୪ର୍ଥ ଦିନ ଗଣନା ହେଉଥିବାରୁ ଶ୍ମଶାନରୁ ପାରଳା ରାଜ ପରିବାରର ପୁଅ-ବ୍ରାହ୍ମଣ ରାମଚନ୍ଦ୍ର ପଣ୍ଡା ସପ୍ତବ୍ରାହ୍ମଣଙ୍କ ଉପସ୍ଥିତିରେ ଅସ୍ଥି ସଂଗ୍ରହ କରିବା ସହ ଚିତାଭସ୍ମକୁ ମହେନ୍ଦ୍ରତନୟାରେ ବିସର୍ଜନ କରିଛନ୍ତି । ମହାରାଜାଙ୍କ ଦ୍ୱାଦଶାହ ସରିବା ପରେ ଅନ୍ତିମ ସଂସ୍କାର ସ୍ଥାନରେ ସମାଧୀ ନିର୍ମାଣ କରାଯିବ । ପୂର୍ବରୁ ଏଠାରେ ଗଜପତି ବଂଶର ପୂର୍ବଜଙ୍କ ସମାଧୀ ରହିଛି । ଆଜିର ସମସ୍ତ କାର୍ଯ୍ୟକୁ ରାଜ ପୁରୋହିତ କାମଦେବ ପାଢୀ ସମ୍ପାଦନ କରିଥିବାବେଳେ ବସନ୍ତ ପଣ୍ଡା, ହୃଷିକେଶ ସୁଆର, ପ୍ରହଲ୍ଲାଦ ସୁଆର, ଶକ୍ତି ପ୍ରସାଦ ସୁଆର, ସଞ୍ଜୟ ପାଢୀ, ଅଶୋକ ସୁଆର ଏବଂ ସଚ୍ଚିଦାନନ୍ଦ ପଣ୍ଡା ପ୍ରମୁଖ ସପ୍ତବ୍ରାହ୍ମଣ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons