ମହୋଦଧି ସ୍ନାନ ବେଳେ ୨ ଯାତ୍ରୀ ଆହତ

Get real time updates directly on you device, subscribe now.

ପୁରୀ, (ବି.ବି.ବୁ୍ୟରୋ): ପୁରୀ ମହୋଦଧି ସ୍ନାନ ବେଳେ ଲହଡି ମାଡରେ ଭିତରକୁ ଭାସି ଯାଇଥିବା ଦୁଇ ଯାତ୍ରୀଙ୍କୁ ଲାଇଫ୍ ଗାର୍ଡମାନେ ଉଦ୍ଧାର କରିଛନ୍ତି । ଦୁଇ ମହିଳା ଯାତ୍ରୀଙ୍କ ବାମ ଗୋଡ ଭାଙ୍ଗି ଯାଇଛି । ଆହତମାନେ ହେଲେ ପଶ୍ଚିମବଙ୍ଗ ହୁଗୁଳିର ଚନ୍ଦ୍ରିମା ରକ୍ସିତ୍(୨୮) ଓ ନଦୀଆ ବୀରନଗରର ସୁନୟନା ରାୟଚୌଧୁରୀ(୩୦) । ଦିଗବାରିଣୀ ଛକ ସମ୍ମୁଖ ମହୋଦଧିରେ ଦୁହେଁ ପରିବାର ସହ ସ୍ନାନ କରୁଥିବା ବେଳେ ଲହଡି ମାଡରେ ଭାସି ଯାଇଥିଲେ । ପରିଜନମାନେ ଚିକ୍ରାର କରିବାରୁ ମୁତୟନ ଲାଇଫ୍ ଗାର୍ଡମାନେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଆହତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons