ମାଂସ ପାଇଁ କଟାଯାଉଥିବା ୨୦ରୁ ଅଧିକ ଗୋରୁ

Get real time updates directly on you device, subscribe now.

ନିଆଳି: କଟକ ଜିଲ୍ଲା ନିଆଳି ଅଥଙ୍ଗାବସ୍ତିରେ ଗୋମାଂସ କଟା ଓ ଚୋରା ଚାଲାଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ୨୦ରୁ ଅଧିକ ଗୋରୁଙ୍କୁ ଏକା ସଙ୍ଗେ କଟାଯାଉଥିବା ଖବର ପାଇ ଗ୍ରାମବାସୀ ଚଢାଉ କଲେ । ତେବେ ପୋଲିସ ପହଞ୍ଚି ମାଂସ ଓ ଅଧା କଟା ଗୋରୁ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି ।
ସୂଚାନନୁସାର, ଗୁରୁବାର ବିଳମ୍ବିତ ରାତିରେ ଗ୍ରାମବାସସୀଙ୍କ ଅତର୍କିତ ଚଢାଉରେ ମାଳମାଳ ଗୋରୁଙ୍କ କଟା ମୃତ ଦେହ ଓ ମାଂସ ହାଡ଼ ଜବତ ହୋଇଥିଲା । ବିଳମ୍ବିତ ରାତିରେ ନିଆଳି ଥାନା ଅଥଙ୍ଗା ବସ୍ତିରେ ୨୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ କଟାଯାଇ ଚାଲାଣ ହେବା ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ଚଢାଉ କରିବା ସହ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରୁ ବିପୁଳ ଗୋମାଂସ ଓ ଚମଡା ଇତ୍ୟାଦି ପୋଲିସ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି । ବାରମ୍ବାର ଏହି ଅଞ୍ଚଳରୁ ଗୋମାଂସ ଚାଲାଣ ରାଜ୍ୟ ବାହାରକୁ ହେଉଥିଲା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।ଏହି ଗୋମାଂସ ଚୋରା ଚାଲାଣର ଚେର ନିଆଳିରୁ ଆନ୍ଧ୍ର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ବ୍ୟାପିଥିବା ମଧ୍ୟ ସୂଚନା ମିଳିଛି।
ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିବାରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ଗ୍ରାମାଞ୍ଚଳ ଏସ୍‌ପି ବି ଯୁଗଳ କିଶୋର ଓ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି । ତେବେ ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି ଓ କାର୍ୟ୍ୟାନୁଷ୍ଠାନ ଜାରି ରହିଥିବା କହିଛନ୍ତି କଟକ ସଦର ଏସଡ଼ିପିଓ ।
ବାରମ୍ବାର ଏହି ଅଞ୍ଚଳରୁ ଗୋମାଂସ ଚାଲାଣ ହେଉଥିବାରୁ ପୁଲିସ ଓ ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରି ଗୋମାଂସ ଚାଲାଣରେ ରୋକ୍ ଲଗାଇବା ଜରୁରୀ ବୋଲି ଗ୍ରାମବାସୀ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons