ମାଆଝିଅ ଜୀବନ୍ତ ଦଗ୍ଧ

Get real time updates directly on you device, subscribe now.

ସୁନ୍ଦରଗଡ,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଅଞ୍ଚଳରେ ଘଟି ଯାଇଛି ଏକ ଅଘଟଣ । ଏକ ଘରେ ହଠାତ ନିଅାଁ ଲାଗିଯିବାରୁ ଭିତରେ ଥିବା ମାଆ ଓ ଝିଅ ପୋଡ଼ି ଯାଇ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଖବର ପାଇ ଭଷ୍ମା ପୁଲିସ୍ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିଥିବା ଜଣାପଡ଼ିଛି ।
ଭଷ୍ମାରେ ରହୁଥିବା ବିଧବା ମହିଳା ଗୋଲାପୀ ମେହେର (୭୦) ଓ ତାଙ୍କ ଝିଅ ଲକ୍ଷ୍ମୀ ମେହେର (୪୦) ଘରେ ଥିଲେ । ଗୋଲାପୀଙ୍କ ପୁଅ ଛବିଳ ମେହେର ସେହି ଘର ଠାରୁ କିଛି ଦୂରରେ ଅଲଗା ରହୁଛନ୍ତି । ଆଜି ରାତି ପ୍ରାୟ ସାଢେ଼ ୭ଟା ସମୟ । ହଠାତ ଗୋଲାପୀଙ୍କ ଖପର ଘରେ ଲାଗି ଯାଇଥିଲା ନିଅାଁ । ଦେଖୁ ଦେଖୁ ହୁ ହୁ ହୋଇ ଜଳି ଉଠିଥିଲା ଘର । ଭିତରେ ଥିବା ଗୋଲାପୀ ଓ ତାଙ୍କ ଝିଅ ପଦାକୁ ବାହାରି ପାରିଲେ ନାହିଁ । ଫଳରେ ସେମାନେ ନିଅାଁରେ ପୋଡ଼ି ଯାଇ ମୃତୁ୍ୟବରଣ କରିଛନ୍ତି । ତେବେ ନିଅାଁ କିପରି ଲାଗିଛି ତାହା ଜଣାପଡ଼ିନଥିବା ବେଳେ ରୋଷେଇ କରିବା ସମୟରେ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons