ମାଇକ୍ରୋ ଫାଇନାନ୍ସ ଶାଖା ପରିଚାଳକଙ୍କୁ ଜେଲ୍

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଚିଟ୍ଫଣ୍ଡ ଠକେଇ ଅଭିଯୋଗରେ ମାଇକ୍ରୋ ଫାଇନାନ୍ସ କ୍ରେଡିଟ୍ କୋ’ପରେଟିଭ୍ ଲିମିଟେଡ୍ର ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଶାଖା ପରିଚାଳକ ଅମୂଲ୍ୟ କୁମାର ମହାନ୍ତିଙ୍କୁ ଚିଟ୍ଫଣ୍ଡ ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଦାଲତ ଆସାମୀ ଅମୂଲ୍ୟ ମହାନ୍ତିଙ୍କୁ ୫ବର୍ଷ ଜେଲ୍ ଏବଂ ୧ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅର୍ଥରୁ ଏହି ମାମଲାରେ ସାକ୍ଷ୍ୟ ପ୍ରଦାନ କରିଥିବା ୪ଜଣ ଜମାକାରୀଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଅଦାଲତ ନିଦେ୍ର୍ଧଶ ଦେଇଛନ୍ତି ।
ମାମଲାରୁ ଜଣାଯାଇଛି ଯେ, ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ନେଇଥିଲା । କିନ୍ତୁ ପ୍ରତିଶ୍ରୁତି ଅନୁଯାୟୀ ଜମା ଅର୍ଥ ଫେରସ୍ତ ନକରିବାରୁ ଏହାର ଜମାକାରୀମାନେ ରଘୁନାଥପୁର ଥାନାରେ ଏତଲା ଦେଇଥିଲେ । ଏହି ଏତଲା ଆଧାରରେ ରଘୁନାଥପୁର ଥାନା ପୁଲିସ ୨୦୧୪ମସିହାରେ ଅମୂଲ୍ୟ ମହାନ୍ତିଙ୍କୁ ଗିରଫ କରିଥିଲା । ଏହି ମାମଲାର ଶୁଣାଣି କଟକ ଚିଟ୍ଫଣ୍ଡ ସ୍ୱତନ୍ତ୍ର ଅଦାଲତରେ ହୋଇଥିଲା । ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଦାଲତ ଆସାମୀ ଅମୂଲ୍ୟ ମହାନ୍ତିଙ୍କୁ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୪୨୦(ଠକେଇ)ରେ ଦୋଷୀ ସାବ୍ୟସ୍ତ କରି ୪ବର୍ଷ ଜେଲ୍, ୫ ହଜାର ଟଙ୍କା ଜରିମାନା, ଦଫା ୪୬୮(ରେକର୍ଡ ଜାଲିଆତି)ରେ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ୍, ୫ ହଜାର ଜରିମାନା ଏବଂ ଓପିଆଇଡି ଆଇନର ଧାରା ୬ରେ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ଜେଲ୍ ଏବଂ ୧ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଏହି ସମସ୍ତ ଦଣ୍ଡବିଧାନ ଏକକାଳୀନ ଲାଗୁ ହେଉଥିବାରୁ ଆସାମୀ ସର୍ବାଧିକ ୫ ବର୍ଷ ଜେଲ୍ ଏବଂ ୧ ଲକ୍ଷ ଟଙ୍କା ଜରିମାନା ଦେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପିପି ସୁବ୍ରତ ମହାନ୍ତି ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons