କୁଆଳୋ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ବନଖଣ୍ଡ ମହାବିରାଡ଼ ରେଞ୍ଜ୍ରେ ଆଜି ଏକ ମାଈହାତୀର ମୃତଦେହ ଠାବ ହୋଇଛି । ପରଜଙ୍ଗ ବ୍ଲକ ତଥା ଡିହଡୋଳ ସେrନ ଅନ୍ତର୍ଗତ ବାରବାଙ୍କ ସଂରକ୍ଷିତ ଜଙ୍ଗଲର ବସନ୍ତପଡା ନିକଟରେ ଏକ ମାଈହାତୀର ଗଳିତ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ବନ ବିଭାଗକୁ ସୂଚନା ଦେଇଥିଲେ । ୧୦/୧୨ ଦିନ ତଳୁ ହାତୀର ମୃତୁ୍ୟ ଘଟିଥିବା ସନେ୍ଦହ କରାଯାଉଛି । ହେଲେ ହାତୀପଲ ମଧ୍ୟରେ ପରସ୍ପର ଲଢେଇ ଯୋଗୁଁ ମାଈହାତୀର ମୃତୁ୍ୟ ହୋଇଥିବା ମହାବିରୋଡ଼ ରେଞ୍ଜ୍ ଅଫିସର ହରମାହନ ନାୟକ ଆଶଙ୍କା ପ୍ରକଟ କରିଛନ୍ତି ।
ମୃତ ହାତୀର ବୟସ ପ୍ରାୟ ୮ରୁ ୧୦ ବର୍ଷ ହେବ ବାଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ରେଞ୍ଜ୍ ଅଫିସର୍ଙ୍କ ସମେତ ବନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ପରଜଙ୍ଗ ପ୍ରାଣୀ ଚିକିତ୍ସକ ଡା. ରଞ୍ଜିତ କୁମାର ସାହୁ ହାତୀର ଶବ ବ୍ୟବଚ୍ଛେଦ କରିଥିଲେ । ବ୍ୟବଚ୍ଛେଦ ପରେ ମୃତଦେହ ପୋତି ଦିଆଯାଇଥିଲା । ଏତେଦିନ ଧରି ହାତୀର ମୃତଦେହ ଜଙ୍ଗଲରେ ପଡି ରହିଥିଲେ ମଧ୍ୟ ବନ କର୍ମଚାରୀ କିଭଳି ଏହାର ଏହାର ଟେର୍ ପାଇଲେନି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


Comments are closed, but trackbacks and pingbacks are open.