ମାଲକାନଗିରି, (ବି.ବି.ନୁ୍ୟଜ୍): ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍ ସୀମାନ୍ତ ଛତିଶଗଡ଼ ରାଜ୍ୟର ମଇଲାସୁର ଜଙ୍ଗଲରେ ଯବାନ୍ଙ୍କୁ ମିଳିଛି ବଡ଼ ସଫଳତା । ମଙ୍ଗଳବାର ସନ୍ଧ୍ୟାରେ ଛତିଶଗଡ଼ର ଭେଜି ଥାନା ଅନ୍ତର୍ଗତ ମଇଲାସୁର ଜଙ୍ଗଲରେ ମାଓବାଦୀମାନେ ଏକତ୍ରିତ ହୋଇଥିବା ସୂଚନା ପାଇଥିଲେ ସୁରକ୍ଷା କର୍ମୀ । ପରେ ଏହି ଅଞ୍ଚଳରେ ଡିଆର୍ଜିଏଫ୍, ଏସ୍ଟିଏଫ୍ ଓ କୋବ୍ରା ୨୦୨ ଯବାନ୍ମାନେ ଚଢ଼ଉ କରିଥିଲେ । ଯବାନଙ୍କୁ ଦେଖି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ବନ୍ଧୁକ ସମେତ ଅନ୍ୟ ସାମଗ୍ରୀ ଛାଡ଼ି ପଳାଇଥିଲେ । ପରେ ଯବାନ୍ମାନେ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରଖିଥିଲେ । ମାଓ କ୍ୟାମ୍ପ୍ରୁ ଯବାନ୍ମାନେ ୫ଟି ବନ୍ଧୁକ, ୨ଟି ଗୁଳି ପାଉଚ୍ । ଗୋଟିଏ ବିଦୁ୍ୟତ୍ ତାର କଏଲ୍, ଗନ୍ ପାଉଡ଼ର, ଲୁହାଖଣ୍ଡ, ଛୁରା, ମାଓ ପୋଷ୍ଟର, ବ୍ୟାଟେରୀ, ଔଷଧ, ମାଓ ପୁସ୍ତକ ଆଦି ଜବତ କରିଥିବା ସୁକ୍ମା ଏସ୍ପି ସଲଭ ସିହ୍ନା ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.