ମାଲକାନଗିରି,(ବି.ବି.ନୁ୍ୟଜ): ମାଲକାନଗିରି ଜିଲ୍ଲାର ମାଓଗଡ ଭାବେ ପରିଚିତ ଦୁର୍ଗମ ବଣ୍ଡାଘାଟିର ଅଣ୍ଟ୍ରାହାଲ ପଞ୍ଚାୟତରେ ନୂଆ କରି ପ୍ରତିÂା କରାଯାଇଛି ଏକ ବିଏସ୍ଏଫ୍ କ୍ୟାମ୍ପ । ଏହାର ଶୁଭାରମ୍ଭ କରିବା ସହ ତ୍ରିରଙ୍ଗା ଉଡାଇଛନ୍ତି ଏସ୍ପି ଋଷିକେଶ ଡି.ଖିଲାରୀ । ଦୀର୍ଘ ବର୍ଷ ଧରି ବଣ୍ଡାଘାଟିର ମୁଦୁଲିପଡା ଓ ଅଣ୍ଡ୍ରାହାଲ ପଞ୍ଚାୟତରେ ମାଓବାଦୀଙ୍କ ଦବ୍ଦବା ରହିଥିଲା । କ୍ୟାମ୍ପ ପ୍ରତିÂା ହେବାପରେ ସେମାନଙ୍କ ପତିଆରା ହ୍ରାସ ପାଇବ ଏବଂ ଆଦିମ ଜନଜାତି ବଣ୍ଡାମାନେ ସୁରକ୍ଷିତ ରହିପାରିବେ ବୋଲି କହିଛନ୍ତି ଏସ୍ପି ।
ଉଭୟ ପଞ୍ଚାୟତ ଦୁର୍ଗମ ତଥା ପାହାଡ ଉପରେ ରହିଥିବାରୁ ମାଓବାଦୀମାନେ ଏହାକୁ ସେମାନଙ୍କ ଦୁର୍ଗ କରି ନେଇଥିଲେ । ବିଭିନ୍ନ ସମୟରେ ହିଂସାକାଣ୍ଡ ଘଟାଇ ଆସୁଥିଲେ । ସେଠାରେ ସଙ୍ଗେ ସଙ୍ଗେ ଯବାନମାନଙ୍କୁ ପହଞ୍ଚିବା କାଠିକର ପାଠ ହେଉଥିଲା । ପ୍ରଶାସନର କ୍ୟାମ୍ପ ପ୍ରତିÂାକୁ ବଣ୍ଡାମାନେ ସ୍ୱାଗତ କରିଛନ୍ତି । ଅନ୍ୟପକ୍ଷରେ ଏସ୍ପି ଶ୍ରୀ ଖିଲାରୀ କହିଛନ୍ତି, ଆଗରୁ ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ୬ଟି ବିଏସ୍ଏଫ୍ କ୍ୟାମ୍ପ ପ୍ରତିÂା କରାଯାଇଛି । ଏଥିଯୋଗୁ ମାଓ ସଂଗଠନର ମେରୁଦଣ୍ଡ ଭାଙ୍ଗିଯାଇଛି । ଏବେ ବଣ୍ଡାଘାଟିରେ ୧୫ ନମ୍ବର ବିଏସ୍ଏଫ୍ ବାଟାଲିୟନ୍ ଯବାନମାନେ ମୁତୟନ ହେବାପରେ ଅଞ୍ଚଳର ବିକାଶ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇପାରିବ । ଏଥିସହ ମାଓ ସଂଗଠନର ମୁକାବିଲା କରାଯାଇପାରିବ । ଯବାନମାନଙ୍କ ଚକ୍ରବୁ୍ୟହରେ ରହିବ ଲାଲବାହିନୀ ।
Comments are closed, but trackbacks and pingbacks are open.