ମାଓବାଦୀଙ୍କୁ ମୂଳପୋଛ କରାଯିବ: ଡିଜିପି

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଓଡ଼ିଶାରେ ଏବେ ମାଓବାଦୀଙ୍କ ପ୍ରଭାବ କମିିଛି । ମାଓ ଗତିବିଧି ଶୂନକୁ ଆଣିବାକୁ ପୁଲିସ ଦୃଢ଼ ସଂକଳ୍ପ ରହିଛି । ଆଗକୁ ଛତିଶଗଡ଼ ପୁଲିସ ଓ କେନ୍ଦ୍ରୀୟ ଫୋର୍ସ ସହ ମିଶି ମାଓବାଦୀଙ୍କୁ ଦୃଢ଼ଭାବେ ଦମନ କରାଯିବ । କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସ୍ ଅଡ଼ିଟରିୟମରେ ଅନୁÂିତ ପୁଲିସ ପଦକ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ ଡିଜିପି ଅଭୟ ଯୋଗଦେଇ ଏଭଳି କହିଛନ୍ତି । ଏହି ଅବସରରେ ୫ କରୋନା ଯୋଦ୍ଧାଙ୍କ ପରିବାର ସହ ୧୬ଜଣ ବିଭାଗୀୟ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି ।
ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଅଭୟ କହିଛନ୍ତି, ଗତ ବର୍ଷକ ମଧ୍ୟରେ ଗଞ୍ଜେଇ ବିରୋଧୀ ଅଭିଯାନ ଓ ମାଓ ଦମନରେ ପୁଲିସକୁ ବହୁ ସଫଳତା ମିଳିଛି । ବିଶେଷକରି କୋରାପୁଟ ଜିଲ୍ଲାରେ ଗଞ୍ଜେଇ ବିରୋଧରେ ପୁଲିସକୁ ଅଧିକ ସଫଳତା ମିଳିଛି । ବହୁ ମାମଲା ରୁଜୁ କରାଯାଇ ଅନେକଙ୍କୁ ଗିରଫ କରାଯାଇଛି । ମାଓ ଦମନ କ୍ଷେତ୍ରରେ ମଧ୍ୟ ମାଲକାନଗିରି ଜିଲ୍ଲା ପୁଲିସକୁ ସଫଳତା ମିଳିଛି । ଛତିଶଗଡ଼ ରାଜ୍ୟରେ ଘଟିଥିବା ମାଓହିଂସା ପାଇଁ ଛତିଶଗଡ଼ ପୁଲିସ ଓ ସିଆରପିଏଫକୁ ସମବଦେନା ଜଣାଉଛି ବୋଲି ଅଭୟ କହିଛନ୍ତି । ଯେଉ ଯବାନମାନେ ସହିଦ ହୋଇଛନ୍ତି ସେମାନଙ୍କ ବଳିଦାନ ବୃଥା ଯିବନି । ମାଓବାଦୀଙ୍କୁ ମୁକାବିଲା କରିବା ପାଇଁ ପୁଲିସ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାରେ ଏବେ ମାଓବାଦୀଙ୍କ ସଂଖ୍ୟା ଓ ପ୍ରଭାବ ହ୍ରାସ ଘଟିଛି । ଆଗକୁ ଛତିଶଗଡ଼ ପୁଲିସ ଓ କେନ୍ଦ୍ରୀୟ ଫୋର୍ସ ମିଶି ମାଓବାଦୀଙ୍କୁ ଦୃଢ଼ଭାବେ ଦମନ କରାଯିବ ବୋଲି ସେ କହିଛନ୍ତି । ଏହି ଅବସରରେ ଅଞ୍ଚଳର ୫ଜଣ ପୁଲିସ କରୋନା ଯୋଦ୍ଧାଙ୍କ ପରିବାରଙ୍କୁ ଡ଼ିଜିପି ସମ୍ମାନିତ କରିବା ସହିତ ଭଲକାମ କରି ବିଭାଗର ଗୌରବ ବଢ଼ାଇଥିବା ୧୬ଜଣ କର୍ମଚାରୀଙ୍କୁ ସେ ପୁରସ୍କୃତ କରିଥିଲେ ।
ପୂର୍ବରୁ କଟକ ଓ ଭୁବନେଶ୍ୱରରେ ପୁଲିସ ପଦକ ଦିଆଯାଉଥିଲା । ଚଳିତବର୍ଷ ମାଲାକାନାଗିରି, କୋରାପୁଟ ଓ ଫୁଲବାଣୀ ଭଳି ସ୍ଥାନରେ କାର୍ଯ୍ୟକ୍ରମ କରାଯାଇ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ପୁଲିସମାନଙ୍କୁ ପଦକ ଦିଆଯାଇ ସମ୍ମାନିତ କରାଯାଇଛି । ଏହି ଅଞ୍ଚଳରେ ଯେଉଁ କର୍ମଚାରୀମାନେ ଭଲ କାମ କରିଛନ୍ତି ସେମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରାଯିବାକୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । କୋଭିଡ଼ ସମୟରେ ଦାୟିତ୍ୱ ନିର୍ବାହ ଅବସରରେ ସହିଦ ହୋଇଥିବା କୋରାପୁଟର ଇନ୍ସପେକ୍ଟର ପୀତବାସ ଧାରୁଆ, ଡ୍ରିଲ୍ ଏସଆଇ ସର୍ବେଶ୍ୱର ପ୍ରଧାନ, ହାବିଲଦାର ପ୍ରଫୁଲ୍ଲ କୁମାର ଖଣ୍ଡୁଆଳ, ନୂଆପଡ଼ା କନେଷ୍ଟବଳ ଶଙ୍କର ଦାସ ଓ କୃଷ୍ଣଚନ୍ଦ୍ର ମାଝୀ ଆଦି ୫ଜଣ ସହିଦଙ୍କ ପରିବାରଙ୍କୁ ଡିଜି ଅଭୟ ସମ୍ବର୍ଦ୍ଧିତ କରି ସହିଦଙ୍କ ପରିବାରର ମନୋବଳ ବୃଦ୍ଧି କରିଥିଲେ । ଏଥି ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରି ସଫଳତା ପାଇଥିବା ୧୬ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ସେମାନେ ହେଲେ ନୂଆପଡ଼ା ଡେ଼ପୁଟି ଏସପି ପ୍ରଶାନ୍ତକୁମାର ପଟ୍ଟନାୟକ, କୋରାପୁଟର ଇନ୍ସପେକ୍ଟର ଧୀରେନକୁମାର ବେହେରା, ରିଜର୍ଭ ଇନ୍ସପେକ୍ଟର ସୁବାସଚନ୍ଦ୍ର ନାୟକ, ଏସଆଇ ଅଜୟ ମହାକୁଡ଼, ରିଗାନ କିଣ୍ଡୋ, ଗୁରୁଦେବ କର୍ମୀ, ସୁଦର୍ଶନ ଅଧିକାରୀ, ଦିଲ୍ଲୀପକୁମାର ପ୍ରଧାନ, ଚିତ୍ତରଞ୍ଜନ ପ୍ରଧାନୀ, ନୂଆପଡ଼ା ସବଇନ୍ସପେକ୍ଟର ଦେବାଶିଷ ରାଉତ, ରାୟଗଡ଼ା ସବଇନ୍ସପେକ୍ଟର ଶିବଶଙ୍କର ସାହୁ, ନବରଙ୍ଗପୁର ଜିଲ୍ଲା କନେଷ୍ଟବଳ ରବୀନ୍ଦ୍ରକୁମାର ନାୟକ, ସର୍ବେଶ୍ୱର ମାଝୀ, ରାୟଗଡ଼ା ଜିଲ୍ଲା କନେଷ୍ଟବଳ କିରଣଚନ୍ଦ୍ର ପାତ୍ର, କୋରାପୁଟର କନେଷ୍ଟବଳ ଆର.ଶିବ ଶଙ୍କର ଓ ବାବୁଲା ହରିଜନଙ୍କୁ ଏହି ଅବସରରେ ଡିଜିପି ପୁରସ୍କୃତ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ପଶ୍ଚମାଞ୍ଚଳ ଡିଆଇଜି ରାଜେଶକୁମାର ପଣ୍ଡିତ, କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲ୍ଲି ପ୍ରମୁଖଙ୍କ ସହିତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons