ମାଲକାନଗିରି,(ବି.ବି.ନୁ୍ୟଜ୍ ) ଏକଦା ମାଓଗଡ ଭାବେ ଚିର ପରିଚିତ ମାଲାକନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଛିନ୍ନାଚଂଳ ଗୁରୁପ୍ରୀୟା ସେତୁ ହେବାପରେ ସ୍ୱାଭିମାନ ଅଚଂଳ ହୋଇଯାଇଛି । ସେତୁ ହେବାପରେ ସ୍ୱାଭିମାନ ଅଚଂଳ ରେ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟତ୍ୱରାନିତ ହେବାସହିତ ଗୋଟିଏ ପରେ ଗୋଟିଏ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା ହେବାଦ୍ୱାରା ମାଓସମସ୍ୟ କମିବାକୁ ଲାଗିଛି । ସ୍ୱାଭିମାନ ଅଚଂଳ ର ଦୁର୍ଗମ ଅପହଁଚ ଇଲାକା ଗୋରାସେତୂ ନିକଟରେ ମାଓବାଦୀ ମାନେ ଏକ ବିରାଟ ଲାଲକୋଠି ନିର୍ମାଣ କରି ସେଠାରେ ପ୍ରଜାକୋର୍ଟ,ସଭାସମତି କରିବା ସହିତ ସେଠାରେ ଆନ୍ଦ୍ର ଛତିଶଗଡ,ତେଲାଙ୍ଗାନା ରାଜ୍ୟ ଓ ଓଡିଶାର ବରିଷ୍ଟ ମାଓବାଦୀ ମାନେ ଗୁପ୍ତବୈଠକ କରି ଆଗାମି ଯୋଜନା ଓ ରଣ ନିତୀ ପ୍ରସ୍ତୁତି କରିଥାନ୍ତି ପୁଲିସଗୁଳି ରେ ନିହତ ମାଓବାଦୀଙ୍କ ଫୋଟି ଚିତ୍ର ସହିତ ମାଓବାଦୀଙ୍କ ବିଭିନ୍ନ ପୁସ୍ତକ ମାଓ ସାମଗ୍ରୀ ରଖି । ସେହି କୋଠୀରେ ଲାଇବ୍ରେରୀ କରିଥିଲେ । ମାଓବାଦୀଙ୍କ ସେହି ଲାଲକୋଠୀ କୁ ଗତ କିଛିଦିନହେଲା ବିଏସଏଫ ଯବାନ ମାନେ ଅକ୍ତିଆର କରି ସେମାନଙ୍କ ବିଶ୍ରାମସ୍ଥଳୀ କରିଦେଇଥିବାର ଜଣାପଡିଛି ।
Comments are closed, but trackbacks and pingbacks are open.