ମାଓ ଦମନ ପାଇଁ ଅଧିକ ଥାନା, ପୁଲିସ କ୍ୟାମ୍ପ କରାଯିବ:ଡିଜି

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ ଅଭୟ ରବିବାର ମାଲକାନଗିରି ଜିଲ୍ଲା ଗସ୍ତକରି ମାଓ ଦମନ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରିଛନ୍ତି । ଏଥିସହ ମାଓ ଦମନ ନେଇ ଜିଲ୍ଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ଅବସରରେ ଆନ୍ଧ୍ର ଓଡିଶା ସୀମାନ୍ତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଲାଲଗଡ ଗୋରାସେତୁଠାରେ ନିର୍ମିତ ନୂତନ ବିଏସଏଫ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ମାଓ ଦମନ ପାଇଁ ଆବଶ୍ୟକ ପଡିଲେ ଅଧିକରୁ ଅଧିକ ଥାନା ଓ ପୁଲିସ କ୍ୟାମ୍ପ କରାଯିବ ବୋଲି ଶ୍ରୀ ଅଭୟ କହିଛନ୍ତି ।
ସୂଚନା ଅନୁସାରେ, ଶ୍ରୀ ଅଭୟ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଏଠାରେ ପହଞ୍ଚି ଥିଲେ । ପ୍ରଥମେ ସେ ଗୋରାସେତୁ ନୂତନ ବିଏସଏଫ୍ କ୍ୟାମ୍ପ ପରିଦର୍ଶନରେ ଯାଇଥିଲେ । ଜିଲ୍ଲାରେ ମାଓସ୍ଥିତି ଓ ସେମାନଙ୍କ ଗତିବିଧି ସମ୍ପର୍କରେ ଉପସ୍ଥିତ ଯବାନଙ୍କ ସହ ଆଲୋଚନା କରିଥିଲେ । ଗୋରାସେତୁ ଗ୍ରାମର ମହିଳାମାନେ ଡିଜିପିଙ୍କୁ ଫୁଲଚନ୍ଦନ ଦେଇ ବନ୍ଦାପନା କରିବା ସହ ଗାଁ ଭିତରକୁ ପାଛୋଟି ନେଇଥିଲେ । ଗ୍ରାମବାସୀଙ୍କ ସହ ଶ୍ରୀ ଅଭୟ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ । ପରେ ଲୋକଙ୍କୁ ଲୁଗା, କମ୍ବଳ, ପିଲାମାନଙ୍କୁ ପୋଷାକ, ସ୍କୁଲ ବ୍ୟାଗ ଓ ଖେଳ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସେଠାରୁ ଶ୍ରୀ ଅଭୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଆସିଥିଲେ । ଏଠାରେ ମଧ୍ୟ ମାଓ ଦମନ ନେଇ ରଣନୀତି ଓ ସ୍ୱାଭିମାନ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । କାର୍ଯ୍ୟକ୍ରମରେ ଡିଜିପିଙ୍କ ସହ ଗୋଇନ୍ଦା ବିଭାଗ ନିଦେ୍ର୍ଧଶକ ଆର.କେ.ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ବିଏସଏଫ ଆଇଜି ଏମ.ଏ. ଶର୍ମା, ଦକ୍ଷିଣାଞ୍ଚଳ ଡିଆଇଜି ସଫିନ ଅହମଦ କେ, ମାଲକାନଗିରି ଏସ୍ପି ରିଷିକେଶ ଡି ଖିଲାରୀ, ବିଏସଏଫ କମାଣ୍ଡାଣ୍ଟ ଓ ଅନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସରକାରଙ୍କ ସମସ୍ତ ପ୍ରକାର ଯୋଜନାର ସୁଫଳରୁ ଲାଭ ଉଠାଇବାକୁ ଶ୍ରୀ ଅଭୟ ମାଓ କ୍ୟାର୍ଡରମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଭୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପୂର୍ବ ଅପେକ୍ଷା ଜିଲ୍ଲାରେ ମାଓହିଂସା ହ୍ରାସ ପାଇଛି । ପୁଲିସ ଅପରେସନରେ ମାଓବାଦୀଙ୍କ ବହୁ ଦୁର୍ଗ ଭୁଶୁଡି ଯାଇଛି । ଅନେକ ମାଓବାଦୀ ହିଂସା ଛାଡି ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇଛି । ସ୍ୱାଭିମାନ ଅଞ୍ଚଳରେ ଉନ୍ନୟନ କାମ ଆଗେଇ ନେବାପାଇଁ ଆବଶ୍ୟକତା ପଡିଲେ ମାଓପ୍ରବଣ ଇଲାକାଗୁଡିକରେ ଅଧିକ ପୁଲିସ କ୍ୟାମ୍ପ ଓ ଥାନା ସ୍ଥାପନ କରାଯିବ ।
ସୂଚନାଯୋଗ୍ୟ, ଜିଲ୍ଲାର କାଲିମେଳା, ତୁଳସୀ ପାହଡ ଓ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ସମସ୍ୟା ଅଧିକ ରହିଥିଲା । ଏବେ ଏସବୁ ଅଞ୍ଚଳରେ ଏହି ସମସ୍ୟା କମି ଯାଇଛି । ସ୍ୱାଭିମାନ ଅଞ୍ଚଳ ଆନ୍ଧ୍ର ସୀମାନ୍ତ ଇଲାକାରେ ମାଓମାଦୀଙ୍କ ଗତିବିଧି ଏବେ ବି ପରିଲକ୍ଷିତ ହେଉଛି । ଏଣୁ ଏହିସବୁ ଅଞ୍ଚଳରେ ଏବେ ଆନ୍ଧ୍ର ଓ ଓଡିଶା ପୁଲିସର ମିଳିତ ଅପରେସନରେ କରାଯାଇ ମାଓଦମନ କାର୍ଯ୍ୟକୁ ତ୍ୱରାନିତ କରାଯାଇଛି । ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରୀୟା ସେତୁ ହେବା ପରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଜାନବାଇ, ପିପିଳପଦର, ଦର୍ଲାବେଡା, ହନ୍ତାଳଗୁଡା, ଜନ୍ତାପାଇ, ଜୋଡାମ୍ବ, ଗୋରାସେତୁ ଆଦି ମାଓପ୍ରବଣ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିÂା କରାଯାଇଛି । ବିଏସଏଫ ଓ ପୁଲିସ କର୍ମୀଙ୍କ କଡା ପହରା ମଧ୍ୟରେ ଇଲାକାରେ ୭ ଟି ନୂତନ ରାସ୍ତା, ସ୍କୁଲଘର, ଅଙ୍ଗନବାଡି କରାଯାଇଛି । ସ୍ୱାଭିମାନ ଅଞ୍ଚଳରେ ମାଓ ସମସ୍ୟା ହ୍ରାସ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟା ତ୍ୱରାନିତ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons