ମାଓ-ପୁଲିସ ଗୁଳି ବିନିମୟ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ):ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ଦନ୍ତେୱାଡା ଜିଲ୍ଲା ପଲ୍ଲୀ ବୀରାସୁର ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ କେହି ମୃତାହତ ହୋଇ ନଥିବାବେଳେ ଏକ ମାଓ କ୍ୟାମ୍ପରୁ ବମ୍, ଗୋଳାବାରୁଦ, ଡିଟୋନେଟର ଓ ବହୁ ମାଓ ସାମଗ୍ରୀ ଜବତ ହୋଇଛି ।
ସୂଚନା ଅନୁସାରେ, ବୀରାସୁର ଜଙ୍ଗଲରେ ଗୁପ୍ତଭାବେ ମାଓ କ୍ୟାମ୍ପ ଚାଲିଥିବା ପୁଲିସକୁ ସୂଚନା ମିଳିଥିଲା । ଜଙ୍ଗଲରେ କମ୍ବିଂ କରିବାକୁ ଜିଲ୍ଲା ପୁଲିସ, ଡିଆରଜି, ସିଆରପିଏଫ, ଏସ୍ଟିଏଫ ଯବାନମାନେ ଯାଇଥିଲେ । ମାଓବାଦୀମାନେ ପୁଲିସଙ୍କୁ ଦେଖି ହଠାତ୍ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବରେ ପୁଲିସ ଓ ଯବାନମାନେ ଗୁଳି ଚଳାଇଥିଲେ । ଯବାନଙ୍କୁ ମୁକାବିଲା କରି ନପାରି ମାଓବାଦୀମାନେ ଜଙ୍ଗଲ ମଧ୍ୟରେ ଛତ୍ରଭଙ୍ଗ ଦେଇଥିଲେ । ପରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଜଙ୍ଗଲ ମଧ୍ୟସ୍ଥ ଏକ କ୍ୟାମ୍ପରୁ ବମ୍, ଟିଫିନ ବମ୍, ଗୋଳାବାରୁଦ, ତିନୋଟି ଆଇଡି, ଡିଟୋନେଟର, କୋଡେr ତାର, ଔଷଧ, ମାଓ ପୋଷାକ ଆଦି ଜବତ ହୋଇଥିଲା । ବମଗୁଡିକୁ ନିଷ୍କ୍ରିୟ କରାଯାଇଥିବାବେଳେ ଯବାନଙ୍କ କମ୍ବିଂ ଜୋର୍ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons